Odiapua.com

ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ : ପୁରୀ ବେଳାଭୂମିରେ ବାଲୁକାକଳା

ପୁରୀ ୧୯-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ହେଉଛି ଆନ୍ତର୍ଜାତୀୟ ପୁରୁଷ ଦିବସ। ଏହି ଦିନଟିକୁ ପୁରୁଷଟିଏର ସମାଜ, ଦେଶ ଓ ଜାତି ପ୍ରତି ଥିବା ଅବଦାନ ସହ ପରିବାର ଓ ଜୀବନ ପାଇଁ ଥିବା ଅବଦାନକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ।

ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ୨୦ ଫୁଟ ର ନିଶର ବାଲୁକାଚିତ୍ର ପ୍ରସ୍ତୁତ କରିଛନ୍ତି। ମାଟି ଚା କପ ବ୍ୟବହାର କରି ସେ ଏହି ଆକର୍ଷଣୀୟ ବାଲୁକାକଳାଟିକୁ ପ୍ରସ୍ତୁତ କରିଥିବା ବେଳେ ପୁରୁଷର ପ୍ରତୀକ ଭାବରେ ଏହି ବୃହତାକାର ନିଶଟିଏକୁ ନିଜ ବାଲୁକାକଳାରେ ସ୍ଥାନ ଦେଇଛନ୍ତି।