Odiapua.com

ଆଜିଠୁ ଦାୟିତ୍ବ ନେଲେ ଅସିତ ତ୍ରିପାଠୀ

ଭୁବନେଶ୍ଵର,୧୯/୦୮,(ଓଡ଼ିଆ ପୁଅ /ପି ନାୟକ):ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ। ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ସେ ଆଦିତ୍ୟ ପ୍ରସାଦ ପାଢୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ ରହିଛି। ସରକାରଙ୍କ ଲୋକାଭିମୁଖି ଯୋଜନା ସହ ଦୁର୍ନୀତି ବିରୋଧରେ ଥିବା ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଏହାସହ 5-T ଫର୍ମୁଲାର ସଠିକ ରୂପାୟନ ଆଉ ଏକ ଆହ୍ଵାନ ରହିବ ।

ସେପଟେ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ନିଯୁକ୍ତି ମିଳିଛି। ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ଆଦିତ୍ୟ ପ୍ରସାଦ ପାଢୀ। ତାଙ୍କ ପାଇଁ ପୌର ନିର୍ବାଚନ କରାଇବା ପ୍ରମୁଖ ଚ୍ୟାଲେଞ୍ଜ ହେବ।