Odiapua.com

ଆଜିଠୁ ଜାନୁଆରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ 

କଟକ, ୩୦/୧୨ (ଓଡ଼ିଆ ପୁଅ/ ଅଭୟ ଜେନା) ଆଜିଠୁ ୫ ଦିନ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଡିସେମ୍ବର ୩୦ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଜାନୁଆରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ ପ୍ରାଣୀ ଉଦ୍ୟାନ।

ଓମିକ୍ରନ ସଂକ୍ରମଣ ଆଶଙ୍କାରେ କର୍ତ୍ତୃପକ୍ଷଏହି ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷ ସମୟରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତିଗ୍ରହଣ କରାଯାଇଛି।