Odiapua.com

ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ପରିକ୍ରମା କରିବ ଅହିଂସା ରଥ

ପୁରୀ ୧୬/୮ (ଓଡ଼ିଆ ପୁଅ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଆଧାରରେ ସ୍ୱାଧୀନତା ସଂଗ୍ରାମ ଓ ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମକୁ ସନ୍ନିବେଶିତ କରାଯାଇ ସର୍ବସାଧାରଣଙ୍କୁ ତାହାର ପ୍ରଦର୍ଶନ ଉଦ୍ଦେଶ୍ୟରେ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅହିଂସା ରଥ ନାମରେ ୨ ଗୋଟି ଭିଡ଼ିଓ ଗାଡି ଚଳିତ ମାସ ୧୬ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ୧୬ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ପୁରୀ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ଜନସାଧାରଣଙ୍କ ପକ୍ଷରୁ ଗୁଡିଆ ପୋଖରୀ ଠାରେ ଏହି ସ୍ୱାଧୀନତା ସଂଗ୍ରାମ ସ୍ମୃତି ଅହିଂସା ରଥକୁ ସ୍ୱାଗତ କରାଯିବ। ପରେ ଗୋଟିଏ ଭିଡିଓ ଭ୍ୟାନକୁ ପିପିଲି ଜବାହର ବିଦ୍ୟପୀଠ ପରିସରକୁ ଅଣାଯାଇ ଜନ ସାଧାରଣଙ୍କୁ ପ୍ରଦର୍ଶନ କରାଯିବ। ପରେ ପରେ ପିପିଲି ବ୍ଲକ ଅଚଂଳ ଓ ଏନ ଏ ସି ଅଚଂଳ ପରିକ୍ରମଣ କରାଯିବ। ୧୭ ତାରିଖରେ ଡେଲାଙ୍ଗ ବ୍ଲକ, ୧୮ ତାରିଖ ରେ କଣାସ ଓ ସତ୍ୟବାଦୀ ବ୍ଲକ, ୧୯ ତାରିଖରେ ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ବ୍ଲକ ପରିକ୍ରମଣ କରି ଜନସାଧାରଣ ଙ୍କୁ ସ୍ୱାଧୀନତା ସଂଗ୍ରାମ ର ସ୍ମୃତି କୁ ପ୍ରଦର୍ଶିତ କରାଇବ। ସେହିପରି ଅନ୍ୟ ଭିଡିଓ ଭ୍ୟାନ ଟି ୧୬ ତାରିଖରେ ନିମାପଡା ବ୍କକ, ନିମାପଡା ଏନ ଏ ସି, ର ବିଭିନ୍ନ ଅଚଂଳ, ୧୭ ତାରିଖରେ କାକଟପୁର ବ୍ଲକ, ଅସ୍ତରଙ୍ଗ ବ୍ଲକ ଓ ଗୋପ ବ୍ଲକର କେତେକ ଅଚଂଳ, ୧୮ ତାରିଖ ରେ ଗୋପ ବ୍ଲକ ଓ କୋଣାର୍କ ଏନ ଏ ସି ର ବିଭିନ୍ନ ଅଚଂଳ, ୧୯ ତାରିଖ ରେ ପୁରୀ ସଦର ବ୍ଲକ ଓ ପୁରୀ ପୌରାଚଂଳର ବିଭିନ୍ନ ଅଚଂଳ ପରିକ୍ରମା ଓ ପ୍ରଦର୍ଶନର କାର୍ଯ୍ୟକ୍ରମ ରହିଛି। ୨୦ ତାରିଖରେ ଏହି ରଥ ନୟାଗଡ଼ ଜିଲ୍ଲା ଅଭିମୁଖେ ଯାତ୍ରା କରିବ। ଏହି ଅହିଂସା ରଥର ସୁପରିଚାଳନା, ସ୍ୱାଗତ ଓ ସାଧାରଣ ରେ ପ୍ରଦର୍ଶନ ପାଇଁ ସମ୍ପୃକ୍ତ ବିଡ଼ିଓ, ପୌର ଓ ଏନ ଏ ସି ର ନିର୍ବାହୀ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ଆଜି ନିମାପଡା ବ୍ଲକ ହରିପୁର ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ପିପିଲି ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅହିଂସା ରଥକୁ ସ୍ୱାଗତ କରିଥିବା ବେଳେ ବିପୁଳ ଜନ ସାଧାରଣ ମଧ୍ୟ ସାମିଲ ହୋଇଛନ୍ତି।