Odiapua.com

ଆଜିଠାରୁ ସେବାୟତ ଓ କର୍ମଚାରୀ ଙ୍କ ପାଇଁ ଲାଗିଲା ଅଙ୍କୁଶ

ପୁରୀ, ୩୦/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-କରୋନାକୁ ନେଇ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ। କରୋନା ସଂକ୍ରମଣରେ ସେବାୟତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମହାପ୍ରଭୁ ଙ୍କ ନୀତିକାନ୍ତି କିପରି ପ୍ରଭାବିତ ନ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜିଠାରୁ ସେବାୟତ ଓ କର୍ମଚାରୀ ଙ୍କ ପାଇଁ ଲାଗିଲା ଅଙ୍କୁଶ। ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ସେବାୟତଙ୍କ ଥର୍ମାଲ ସ୍କିନିଂ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ କରୋନା ଗାଇଡଲାଇନ ଭାଙ୍ଗୁଥିବା ସେବାୟତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିବା ବେଳେ ସେବାୟତ ମାନେ ଏହାକୁ ସ୍ୱାଗତ କରିଛନ୍ତି।