Odiapua.com

ଆଜିଠାରୁ ବାହାରିଲା ଆଡପ ମଣ୍ଡପ ଅବଡା

ପୁରୀ, ୨୫/୬- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ଗତକାଲି ଶରଧାବାଲି ରୁ ଚତୁର୍ଦ୍ଧାମୂର୍ତି ଙ୍କୁ ରଥ ଉପରୁ ଗୋଟି ପହଣ୍ଡି ରେ ନିଆଯାଇ ଜନ୍ମ ବେଦୀ ରେ ବିଜେ କରାଯାଇଥିଲା। ଆଜି ସକାଳୁ ମଙ୍ଗଳା ଆଳତୀ, ମୈଲମ, ଅବକାଶ ପୁଜା ବଢିବା ପରେ ଗୋପାଳ ବଲ୍ଲଭ ଭୋଗ ଓ ସକାଳ ଧୂପ ଭୋଗ ନୀତି ସଂପର୍ଣ୍ଣ ହୋଇଥିଲା। ସକାଳ ଧୂପ ରେ ମହାପଭୁ ଙ୍କର ମହାପ୍ରସାଦ ଭୋଗ ବାହାରିଥିଲା। ଏହାକୁ ପ୍ରଥମ ଆଡପ ମଣ୍ଡପ ଭୋଗ ହିସାବରେ ପରିଗଣିତ କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ବିଶ୍ୱାସ ରହିଛି ଆଡପ ମଣ୍ଡପରେ ଗୋଟିଏ ଦିନ ଚତୁର୍ଦ୍ଧାମୂର୍ତି ଙ୍କୁ ଦର୍ଶନ କଲେ ଶ୍ରୀ ମନ୍ଦିର ରେ ବର୍ଷକ ଯାକ ଦର୍ଶନ କରିବା ସହ ସମାନ। ଆଡପ ମଣ୍ଡପ ପ୍ରସାଦ ବେଶ୍ ଦୁର୍ମୂଲ୍ୟ।ଏହି ପ୍ରସାଦ ଟିକକ ପାଇବା ପାଇଁ ସମସ୍ତେ ଉତ୍କଣ୍ଠା ର ସହ ଅନାଇ ବସିଥାନ୍ତି। ଏହା ମୌଖ୍ୟ ପ୍ରାପ୍ତି ପ୍ରଦାନ କରିଥାଏ ବୋଲି ପୂରାଣ ରେ ବିଦିତ ଅଛି। କୋଭିଡ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁଣ୍ଡିଚା ମନ୍ଦିର ନିକଟ ବସ୍‌ଷ୍ଟାଂଡ ରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ସ୍ୱତନ୍ତ୍ର କାଂଉଟର କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସେଠାକୁ ଯାଇ ସେମାନଙ୍କର ଆବଶ୍ୟକୀୟ ଅନୁଯାୟୀ ମହାପ୍ରସାଦ ପାଇଁ ବରାଦ ଦେଇପାରିବେ। ଭକ୍ତଙ୍କ ବରାଦ ଅନୁଯାୟୀ ନିଯୋଗ ପକ୍ଷରୁ ବୋଝିଆ ମାନଙ୍କ ଦ୍ୱାରା ମହାପ୍ରସାଦ ସେହିଠାରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ନିଯୋଗ ପକ୍ଷରୁ ଏକ ଟେଲିଫୋନ ନମ୍ବର ମଧ୍ୟ ଯାରି କରାଯାଇଛି। ଭକ୍ତମାନେ ଯେପରି ସୁବିଧା ରେ ମହାପ୍ରସାଦ ପାଇପାରିବେ ସେଥିପାଇଁ ସୁବନ୍ଦବସ୍ତ କରାଯାଇଛି।