Odiapua.com

ଆଜିଠାରୁ କିଷାନ ପେନସନ ଯୋଜନା

ନୂଆଦିଲ୍ଲୀ,୦୯/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଦେଶର ଅନ୍ନଦାତାଙ୍କ ପାଇଁ ଆଠ ବର୍ଷ ପରେ ସମ୍ମାନଜନକ ଜୀବନ ବଞ୍ଚିବା ପାଇଁ କୃଷକ ପେନସନ ଯୋଜନା ଆରମ୍ଭ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ରୀୟ ସିଂହ କୃଷି ମନ୍ତ୍ରୀ ନରେନ୍ଦ୍ର ମୋଦି ସିଂହ ତୋମର ଏହାର ଆରମ୍ଭ ଦିଲ୍ଲୀରୁ କରିବେ।

ଏହି ଯୋଜନା ଦ୍ୱାରା ଚାଷୀଙ୍କୁ ତିନି ହଜାର ଟଙ୍କା ପ୍ରତିମାସ ପେନସନ ରୂପରେ ମିଳିବା ସହିତ ଚାଷୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ପଚାଷ ପ୍ରତିଶତ ରାଶି ମିଳିବ। ଏଥିପାଇଁ ଏଲଆଇସିକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ୨୯ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ ମାସିକ ୧୦୦ ଟଙ୍କା ହିସାବରେ ଦେବାକୁ ହେବ ଏବଂ ବଳକା ରାଶି କେନ୍ଦ୍ର ସରକାର ଭରିବେ। ୬୦ ବର୍ଷ ପରେ ଚାଷୀଙ୍କୁ ୩ ହଜାର ଟଙ୍କା ପେନସନ ମିଳିବ।

ସରକାର ଏହି ଯୋଜନା ଉପରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୧୮ ରୁ ୪୦ ବର୍ଷର ଚାଷୀ ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଏଥିପାଇଁ କୃଷକଙ୍କୁ ଜମିର ସମ୍ପୂର୍ଣ୍ଣ ବିବରଣୀ ଦେବା ପାଇଁ ଜମିର କାଗଜପତ୍ର ସହିତ ଆଧାର କାର୍ଡ, ଧନଜନ ଖାତାର ବିବରଣୀ ଏବଂ ମୋବାଇଲ ନମ୍ବର ଦେବାକୁ ହେବ। ଏହି ମୋବାଇଲ ନମ୍ବର ବ୍ୟାଙ୍କ ଖାତା ସହିତ ଯୋଡି ହୋଇଥିବା ଦରକାର।