Odiapua.com

ଆଜିଠାରୁ ଆରମ୍ଭ ହେଲା ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ କୋଭିଡ ପରୀକ୍ଷା

ପୁରୀ, ୧୩/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଷଷ୍ଠ ଦିନରେ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ରଥନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପ୍ରଶାସନ ପ୍ରାଧାନ୍ୟ ଦେଇଛି। ଦୈନିକ ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଥର୍ମାଲ ସ୍କିଂ୍ରନି କରାଯାଉଥିବା ବେଳେ ଆଜି ରଥ ନିର୍ମାର୍ଣରେ ନିୟୋଜିତ ସେବାୟତମାନଙ୍କ ସ୍କ୍ୱାବ ପରୀକ୍ଷା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଥିବା ଏକ ସ୍ୱତନ୍ତ୍ର କୋଠରୀକୁ ସାନିଟାଇଜ କରାଯିବା ପରେ ସେବାୟତଙ୍କ ସ୍କ୍ୱାବ ପରୀକ୍ଷା ଆରମ୍ଭ କରାଯାଇଛି। ପ୍ରାୟ ୧୮୦ଜଣ ସେବାୟତଙ୍କ ସ୍କ୍ୱାବ ପରୀକ୍ଷା କରାଯିବାକୁ ବ୍ୟବସ୍ଥା କରାଯିବା ପରେ ଦୈନିକ ୫୦ରୁ ୬୦ଜଣଙ୍କ ସ୍କ୍ୱାବ ପରୀକ୍ଷା କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କର ସହଯୋଗୀଙ୍କୁ ନିୟୋଜିତ କରାଯାଇଛି।