Odiapua.com

ଆଜାଦ ହିନ୍ଦ ଯୁବ କେନ୍ଦ୍ର ସଂଗଠନ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗରସ୍ଥିତ ଆଜାଦ ହିନ୍ଦ ଯୁବ କେନ୍ଦ୍ର ସଂଗଠନ ଟ୍ରଷ୍ଟ ପକ୍ଷରୁ ସ୍ୱାଧୀନତା ଦିବସ ଓ ଅମୃତ ମହୋତ୍ସବ ନେତାଜୀ ମଡେଲ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଗୋବରୀ ନଦୀ ପଠା ଟାଇଗର କ୍ଲବ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ମୁଖ୍ୟ ଅବନୀ କୁମାର ଦାସ ଜାତୀୟ ପତାକା ଉତ୍ତୋଳନ କରି ଅମୃତ ମହୋତ୍ସବ ପାଳନର ଲକ୍ଷ୍ୟ ଓ ପ୍ରକୃତ ସ୍ୱାଧୀନତାର ସ୍ୱାଦ ଚାଖିବା ନିମନ୍ତେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ବୁଦ୍ଧିଜୀବୀମାନେ ନେତାଜୀ ଓ ସଂଗ୍ରାମୀ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମହାଲକ୍ଷ୍ମୀ କ୍ଲବ ସମ୍ମୁଖ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ଦାସ, ବିଜୟ ପାଗଳ, ପ୍ରଦୀପ ଗେରୁ, ବ୍ରଜ କିଶୋର ବାରିକ, ବାଟୁ, ଦେବୁନା, ଶତୃଘ୍ନ, ଡାଙ୍ଗୁଆ, ରାଜେଶ ସାହୁ, କାର୍ତ୍ତିକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।