Odiapua.com

ଆଜାଦ ଧୂଷୁରୀର ତୃତୀୟ ବାର୍ଷିକ ଉତ୍ସବ

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୪୨ ମସିହାର ଆଜିର ଦିନରେ ଅର୍ଥାତ ୨୮ତାରିଖ ଧାମନଗର ବ୍ଲକର ଧୂଷୁରୀ ଅଂଚଳରୁ ୨୮ଜଣ ସ୍ୱାଧିନତା ସଂଗ୍ରାମୀଙ୍କ ଦ୍ୱାରା ଧୂଷୁରୀ ମାଟିରୁ ଇଂରେଜ ଶାସନ ହାତରୁ ସ୍ୱାଧିନ କରାଇ ଧୂଷୁରୀ ଅଂଚଳକୁ ଆଜାଦ ଧୂଷୁରୀ ଭାବରେ ଘୋଷଣା କରିଥିଲେ । ଆଜି ଉକ୍ତ ଦିବସକୁ ସ୍ଥାନୀୟ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ପାଳନ କରାଯାଇଥିଲା । ଧୂଷୁରୀ ବଜାର ଠାରେ ଆଜି ସକାଳେ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ପତାକା ଉତ୍ତୋଳନ କରାଯାଇଥିଲା । ଏହାକୁ ସ୍ୱାଧିନତା ସଂଗ୍ରାମୀ ରାମହରୀ ଗୋସ୍ୱାମୀ ପତାକା ଉତ୍ତେଳେନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସ୍ୱାଧିନତା ସଂଗ୍ରାମୀ ଗୌରୀଶ୍ୟାମ ଗୋସ୍ୱାମୀ, ଡ଼ଃ. ରାମଚନ୍ଦ୍ର ପଣ୍ଡା, ଚନ୍ଦ୍ରଶେଖର ନାୟକ, ପ୍ରଦୀପ କୁମାର ଦାସ, ଗିରିଶଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଧୂଷୁରୀ ଅଂଚଳକୁ ସେତେବେଳେ ୨୮ଜଣ ସାହସର ସହିତ ସ୍ୱାଧିନ କରାଇଥିଲେ । ଆଜି ତାହାକୁ ମନେରଖିଥିବାରୁ ତାଙ୍କ ପରିବାରକୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସେହି ସ୍ୱାଧିନତା ସଂଗ୍ରାମୀଙ୍କ ତ୍ୟାଗପାଇଁ ଧୂଷୁରୀ ସେତେବେଳେ ସ୍ୱାଧିନ ଘୋଷଣା ହୋଇଥିଲା । ପ୍ରକାଶ ଥାଉକି ୧୯୪୨ ମସିହା ୨୮ତାରିଖ ଦିନ ଇଂରେଜ ଫୌଜମାନେ ଧୂଷୁରୀ ଅଂଚଳକୁ ଦଖଲ କରିବାକୁ ଆସିଥିଲେ । ସେତେବେଳେ ଧୂଷୁରୀ ସମେତ ପାଖଆଖ ଅଂଚଳରୁ ପ୍ରାୟ ୧୦ହଜାର ଲୋକ ଧୂଷୁରୀ ବଜାରରେ ଠିଆ ହୋଇ ମୁକାବିଲା କରିବାପାଇଁ ପ୍ରସ୍ତୁତ ହୋଇଥିଲେ ।

ଏହି ସମୟରେ ଇଂରେଜ ଫୌଜମାନେ ଫଲ୍ସ ଫାଇରିଂକରି ଲୋକମାନଙ୍କୁ ଭୟଭିତ କରାଇ ଘୌଡ଼ାଇବାକୁ ଚେଷ୍ଟା କରିଥିଲେ ଏବଂ କେତେକ ଲୋକମାନେ ମଧ୍ୟ ଦୌଡ଼ି ପଳାଇ ଯାଉଥିବାବେଳେ ଭୟରେ ଦଳାଚକଟା ହୋଇ ମୃତ୍ୟୁ ବରଣ କରିଥିଲେ । ସମସ୍ତେ ପଳାଇବା ପରେ ଧୂଷୁରୀ ଅଂଚଳର ୨୮ ଜଣ ଇଂରେଜ ଫୌଜଙ୍କ ସହିତ ମୁକାବିଲା କରିଥିଲେ । ଶେଷରେ ଇଂରେଜ ଫୌଜମାନେ ସେଠାରୁ ପଳାୟନ ହେବାପରେ ସେହିଦିନ ଧୂଷୁରୀ ବଜାର ଠାରେ ଅରଟ ପତାକା ଉଡ଼ାଇ ପ୍ରଥମେ ଉକ୍ତ ଅଂଚଳକୁ ସ୍ୱାଧିନ ଘୋଷଣା କରାଇଥିଲେ । ଅନେକ ବର୍ଷପରେ ଧୂଷୁରୀ ଠାରେ ଚାରିବର୍ଷ ହେବ ବରିଷ୍ଠ ନାଗରିକ ପରିଷଦ ଗଠନପରେ ନାଗରିକ ପରିଷଦ ପକ୍ଷରୁ ଏହି ସ୍ମୃତି ଦିବସକୁ ତିନିବର୍ଷଧରି ପାଳନ କରିଆସୁଛନ୍ତି । ଆଜି ସକାଳେ ଧୂଷୁରୀ ନାଗରିକ ପରିଷଦ ପକ୍ଷରୁ ପ୍ରଥମେ ପତାକା ଉତ୍ତୋଳନ ପରେ ସ୍ଥାନୀୟ ବଜାର ପରିକ୍ରମା କରି ଧୂଷୁରୀ ପଂଚାୟତ ଅଫିସ କାର୍ଯ୍ୟାଳୟ ପରିସରରେ କରୋନା କଟକଣା ମଧ୍ୟରେ ଏକ ସ୍ମୃତି ରୋମନ୍ଥନ ଦିବସ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପରିଷଦ ପକ୍ଷରୁ ଚନ୍ଦ୍ରଶେଖର ନାୟକ ସଭାପତିତ୍ୱ କରିଥିଲେ ଏବଂ ସମ୍ପାଦକ ଯୁଧିଷ୍ଟିର ତରାଇ ବରିଷ୍ଠ ନାଗରିକ ପରିଷଦର ଚତୁର୍ଥ ବାର୍ଷିକ ବିବରଣୀପାଠ ଓ ଆଜାଦ ଧୂଷୁରୀର ତୃତୀୟ ବାର୍ଷିକ ଉତ୍ସବର ବିବରଣୀ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାୟାଧର ବିଶ୍ୱାଳ, ଗିରିଶଚନ୍ଦ୍ର ନାୟକ, ପୁର୍ଣ୍ଣଚନ୍ଦ୍ର ନାୟକ, ଯୁଧିଷ୍ଟିର ମହାପାତ୍ର, ନରେନ୍ଦ୍ର ଗୋସ୍ୱାମୀ, ମଦନ ପତି, ପରମାନନ୍ଦ ନାୟକ, ଶଷଧର ନାୟକ, ଶରତଚନ୍ଦ୍ର ସୁତାର, ଯଦୁମଣୀ ମହାପାତ୍ର, ବୈଲୋକଚନ୍ଦ୍ର ନାୟକ, ମନୋହର ମଣ୍ଡଳ, ରମେଶଚନ୍ଦ୍ର ବେହେରା, ଭାଗିରଥି ପରିଡ଼ା, ପଦ୍ମନାଭ ମଲ୍ଲିକ, ଶଚିକାନ୍ତ ପଣ୍ଡା, ନିରଂଜନ ଜେନା, ଅର୍ଜ୍ଜୁନ ଚରଣ ଦାସ, ନାରାୟଣଚନ୍ଦ୍ର ସୁତାର, ନବକିଶୋର ନାୟକ, ଗୋପୀନାଥ ମଲ୍ଲିକ, ମାନସରଂଜନ ସାହୁ, ପ୍ରଦୀପ କୁମାର ମହାପାତ୍ର, ଶରତଚନ୍ଦ୍ର ମହାରଣା ଓ ଦୀଗମ୍ବର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ଏବଂ ଚଳିତ ବର୍ଷ କରୋନା କଟକଣା ଥିବାରୁ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା ।