Odiapua.com

ଆଜାଦୀ କା ଅମୃତ ମହୋତ୍ସବ : ଆରମ୍ଭ ହେଲା ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’

ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ସଭାପତି ଏବଂ ସମସ୍ତ କାର୍ଯ୍ୟକର୍ତା ନିଜ ନିଜ ଘରେ ଉତୋଳନ କଲେ ତ୍ରିରଙ୍ଗା ପତାକା
ଗଣମାଧ୍ୟମ ପ୍ରକୋଷ୍ଠ ତରଫରୁ ସାମ୍ବାଦିକ ଭାଇଭଉଣୀଙ୍କୁ ଜାତୀୟ ପତାକା ପ୍ରଦାନ
ଭୁବନେଶ୍ୱର ୧୩/୦୮ (ଓଡ଼ିଆ ପୁଅ) : ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସମଗ୍ର ଭାରତବର୍ଷ ଆଜି ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି। ସ୍ୱାଧିନତା ସଂଗ୍ରାମୀଙ୍କ ତ୍ୟାଗ ଓ ଅବଦାନକୁ ମନେ ପକାଇ ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ସମସ୍ତ କାର୍ଯ୍ୟକର୍ତା ଆଜି ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉତୋଳନ କରିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ତ୍ରିରଙ୍ଗା ପତାକା ଉତୋଳନ କରିଥିଲେ। ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତ୍ରୀ ସୁରମା ପାଢୀ, ବରିଷ୍ଠ ନେତା ରଞ୍ଜନ ପଟେଲ, ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ, ଡ.ଯତୀନ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ ଦାସ, ରାଜ୍ୟ କାର୍ଯ୍ୟକାରୀଣ ସଦସ୍ୟ ଲକ୍ଷ୍ମଣ ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଆଜି ବିଜେପି ଗଣମାଧ୍ୟମ ପ୍ରକୋଷ୍ଠ ତରଫରୁ ସାମ୍ବାଦିକ ଭାଇଭଉଣୀଙ୍କୁ ଜାତୀୟ ପତାକା ପ୍ରଦାନ କରାଯାଇଥିଲା।