Odiapua.com

ଆଚ୍ଛା ସଂଗଠନର ପ୍ରୟାସ : ଆମ ଗାଁ ଆଦର୍ଶ ଗାଁ

ବାହାନଗା, ୭ା୩ : (ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାବରୁଣସିଂ ପଞ୍ଚାୟତର ମଣ୍ଡଗାଁକୁ ବାଲେଶ୍ୱର ଜିଲ୍ଲାରେ ଗଢି ଉଠିଥିବା ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଆଚ୍ଛା ସଂଗଠନ ପକ୍ଷରୁ ନୂତନ ଭାବେ “ଆମ ଗାଁ ଆଦର୍ଶ ଗାଁ” କାର‌୍ୟ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ବିଶେଷ କରି ଗ୍ରାମାଞ୍ଚଳର ଲୋକ ମାନଙ୍କ ସମାସ୍ୟାକୁ ନେଇ ସରକାରୀ ସ୍ତରରେ ଉପକୃତ କରାଇବା ଏହା ସହ ପଞ୍ଚାୟତ ମାନଙ୍କରେ ସଫେଇ କାର‌୍ୟ୍ୟକ୍ରମ, ବିଭିନ୍ନ ସମସ୍ୟାକୁ ନେଇ ସମାଧାନ କରିବା ଏହାର ମୁଖ୍ୟ ଉଦ୍ଦେଷ୍ୟ ରହିଛି । ଏହି ଅବସରରେ ସଂଗଠନ ତରଫରୁ ପୋଷ୍ୟ ଗ୍ରାମ ଭାବେ ରବିବାର ଦିନ ମଣ୍ଡଗାଁ ଗ୍ରାମରେ ସଚେତନତା ବୈଠକ ସହ ଗ୍ରାମରେ ଥିବା ମା ଥାନମାତା କ୍ଲବର ସଦସ୍ୟ ମାନଙ୍କ ଦ୍ୱାରା ସଫେଇ କାର‌୍ୟ୍ୟକ୍ରମ କରାଯାଇ ଥିଲା । କାର‌୍ୟ୍ୟକ୍ରମରେ ଆଚ୍ଛା ସଂଗଠନର ପ୍ରଦେଶ ସଭାପତି ବିସ୍ମିତ ରଞ୍ଜନ ଦାସ , ଆଚ୍ଛା ସଂଗଠନର ରାଜ୍ୟ ସଂଯୋଜକ ଜଳଧର ମହାନ୍ତି, ରାଜ୍ୟ କୋଷାଧ୍ୟକ୍ଷ ରାଜେଶ କୁମାର ଶିଅଳ, ମା ଥାନମାତା କ୍ଲବର ସଦସ୍ୟ ଚିନ୍ତାମଣୀ ମାଝୀ, ମିଳିୟନ ମହାଳିକ, ବିଜୟ ମହାଳିକ, ସନ୍ତୋଷ ବେହେରା, ଦୀପକ ବେହେରା, ଆଲୋକ ବେହେରା, ଭାସ୍କର ବେହେରା, ଅରୁଣ ଦଳେଇ, ଜୀବନ ମହାକୁଡ଼, ଅରୁଣ ବେହେରା ପ୍ରମୁଖ ସାମିଲ ହୋଇ ଥିଲେ ।