Odiapua.com

ଆଚଂଳିକ ପରିବହନ କାର୍ଯ୍ୟାଳୟ ଉପରେ ପୁଲିସର ଚଢାଉ,୫ଦଲାଲ ଗିରଫ

ମାଲକାନଗିରି,୪ା୧୦ (ଓଡିଆ ପୁଅ) ମାଲକାନଗିରି ଆରଟିଓ ଅଫିସରେ ଦଲାଲ ମାନଙ୍କ ଦ୍ୱାରା ସାଧାରଣ ଗାଡିଚାଳକ ମାନେ ଶୋଷଣର ଶିକାର ହେଉଥିବାର ଅଭିଯୋଗ ହେବା ପରେ ଅଚାନକ ଭାବେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଆରଟିଓ ଅଫିସ ଉପରେ ଚଢାଉ କରି କାଗଜପତ୍ର ଯାଚଂ କରିଥିଲେ । ପରେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନକରି ଆରଟିଓ ଅଫିସ ଉପରେ ଚଢାଉକରି ୫ଜଣ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଦଲାଲ ମାନେ ହେଲେ ଏମଭି୪୩ ଗ୍ରାମର ବିଭାସ ଚନ୍ଦ୍ର ବିଶ୍ୱାସ,ଏମଭି୬୩ ଗ୍ରାମର ଅଶୋକକୁମାର ଦାସ,ମାଲକାନଗିରି ର ଉଗ୍ରେସନ ଦାସ,ଲାଲମୋହନ ପଟନାୟକ,ସନାତନ ନନ୍ଦ,ଏମାନେ ଆଚଂଳିକ ପରିବହନ କାର୍ଯ୍ୟାଳୟର କିଛି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହାତକରି ଗାଡିଚାଳକ ମାନଙ୍କ ଡ୍ରାଇଭିଂ ଲାଇସେନ୍ସ,ଗାଡି କାଗଜପତ୍ର କରିଦେବା ନାମରେ ଅଧିକ ଅର୍ଥଆଦାୟ କରୁଥିବାର ଅଭିଯୋଗ ହେବା ପରେ ମାଲକାନଗିରି ଥାନା କେସ ନମ୍ବର ୨୪୧/୨୦୧୯ ଭାରତୀୟ ପିଙ୍ଗଳ କୋର୍ଡ ୪୧୯.୪୨୦,୩୮୪ ଦଫାରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚଲାଣ କରିଛନ୍ତି । ଏକା ସଙ୍ଗେ ୫ଜଣ ଆରଟିଓ ଦଲାଲ ଗିରଫ ହେବା ଘଟଣାରେ ଆରଟିଓ ଅଫିସ ସହିତ ଅନ୍ୟା ଦଲାଲ ମାନଙ୍କ ମଧ୍ୟରେ କୋକୂଆ ଭୟ ସୃଷ୍ଟି ହୋଇ ଯାଇଛି ।