ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଅଣିଜୋ ପଚାଂୟତ ନରିପୁର ଠାରେ ୪ ଦିନ ବ୍ୟାପି ଚାଲିଥିବା ଆଚଂଳିକ ଆଦର୍ଶ ରଜ ମହୋତ୍ସବ ବୁଧବାର ରାତ୍ରରେ ଉଦ୍ଯାପିତ ହୋଇଯାଇଛି । କମିଟିର ବାପି ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ବନ୍ତ, ଭଦ୍ରକ,ସିମୁଳିଆ ବ୍ଲକର ଉପାନ୍ତବର୍ତୀ ଅଚଂଳରେ ଦୀର୍ଘ ଦଶ ବର୍ଷ ଧରି ରଜ ମହୋତ୍ସବ ଆୟୋଜନ ଏହି ଅଚଂଳ ପାଇଁ ଗୁରୁତ୍ୱ ବହନ କରେ । ଏଠାରେ ଝୋଟିଚିତ୍ର, ଶଙ୍ଖନାଦ, ରଜ କୁଇନ୍, ନୃତ୍ୟ,ସଙ୍ଗୀତ,ପ୍ରଶ୍ନୋତର କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ବାସ୍ତବରେ କମିଟିର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ମୁଖ୍ୟବକ୍ତା ଭୁବନେଶ୍ୱରର ବିଶିଷ୍ଟ ମହିଳା ଉଦ୍ୟୋଗୀ ସମାଜସେବିକା ସୃଷ୍ଟି ସୋମେନ୍ କହିଲେ ନାରୀର ନାରୀତ୍ୱକୁ ବା ନାରୀଶକ୍ତିକୁ ସେଲିବ୍ରେଟ କରିବାର ଅନ୍ୟତମ ପର୍ବ ହେଉଛି ରଜ, ରଜ ମହିଳା ମାନଙ୍କୁ ଖୁସି ବାଟିଂଥାଏ, ମହୋତ୍ସବ ଆୟୋଜନରେ ବହୁ ଲୋକଙ୍କ ସମାଗମ ହେଉଥିବା ବେଳେ ପରସ୍ପର ମଧ୍ୟରେ ସଂର୍ପକ ନିବିଡ ହୋଇଥାଏ ବୋଲି କହି ବିଶେଷ କରି ମହିଳା ମାନଙ୍କ ମଧ୍ୟରେ ବହୁ ପ୍ରତିଭା ଲୁଚି ରହିଛି,ଚାରିକାନ୍ଥରେ ନିଜର ଘର ତିଆରି କରିବା,ଏପରିକି ଗର୍ଭ ଯନ୍ତ୍ରଣା ଭଳି କଷ୍ଟ ସହ୍ୟ କରି ନବଜାତକୁ ଆଲୋକ ଦେଖାଇ ସମାଜକୁ ଗଢିଥାନ୍ତି । ସେଥିପାଇଁ ପ୍ରତ୍ୟେକ ମହିଳା କିପରି ସ୍ୱାବଲମ୍ବୀ ହେବେ ସେ ନେଇ କହିଥିଲେ । ବିଶିଷ୍ଟ ଅତିଥି ବରିଷ୍ଠ ସମ୍ବାଦିକ ହେମନ୍ତ ସିଂହ, ସମ୍ମାନିତ ଅତିଥି ଅବିନାଶ ସାମନ୍ତରାୟ, ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଚାରିଗାଁ ସମିତି ସଭ୍ୟ ଧରଣୀ ଧର କର, ମହାନ୍ତିପଡା ସମିତି ସଭ୍ୟ ନିର୍ମଳ ନାୟକ, ବିଟିପୁର ସମିତି ସଭ୍ୟ ପ୍ରତିନିଧି ବସନ୍ତ ପତି,ବରିଷ୍ଠ ଉପଦେଷ୍ଟା ପଦ୍ମନାଭ ପାଣିଗ୍ରାହୀ ପ୍ରମୁଖ ଆଦର୍ଶ କ୍ଲବ ଖାଲି ରଜ ମହୋତ୍ସବ ନୁହେଁ ଓଡିଶାର ବିଭିନ୍ନ ଜିଲ୍ଲାରେ ସେବା ମୂଳକ କାର୍ଯ୍ୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ବିଶିଷ୍ଟ ଅତିଥିଙ୍କ ସମେତ ରଜକୁଇନ୍ ସ୍ମୃତିରେଖା ନାୟକ,ଦିପ୍ତୀରାଣୀ ଦାସ, ଅଭିଲିପ୍ସା ପଣ୍ଡା, ଫଟୋଚିତ୍ରଶିଳ୍ପୀ ନମିତା ବେହେରା, ସଫେଇ କର୍ମଚାରୀ ଅନିତା ମୁଦୁଲି, ସୁନା ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରବିନ୍ଦ୍ର ପଣ୍ଡାଙ୍କ ମଂଚ ପରିଚାଳନା, ସମ୍ପାଦକ କପିଳେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଉପ-ସଭାପତି ଶ୍ରୀକାନ୍ତ ପଣ୍ଡା, ଗଣେଶ ଜେନା, ମଦନ ମୋହନ ଚୌଧୁରୀ, ସୁବ୍ରତ ପଣ୍ଡା, ରଞ୍ଜନ ପାଣିଗ୍ରାହୀ, ଗଣେଶ ଜେନା, ରମେଶ ପଣ୍ଡା, ଜଗତଜୀବନ ପାଣିଗ୍ରାହୀ, ନିରଞ୍ଜନ ପାଢୀ, ଲକ୍ଷ୍ମୀଧର ପଣ୍ଡା, ପ୍ରଦୀପ ଜେନା, ପ୍ରଦୀପ ପଣ୍ଢା, ବିକ୍ରମ ପଣ୍ଡା, ଆହାଲ୍ଲାଦ ଜେନା, ଲକ୍ଷ୍ମୀଧର ଜେନା, ଜିତେନ୍ଦ୍ର କର, ଶରୋଜ ଜେନା ଦେବଦତ ପଣ୍ଡା, ସନ୍ତୋଷ ପଣ୍ଡା, ପ୍ରଫୁଲ୍ଲ ତ୍ରିପାଠୀ, ଉମାକାନ୍ତ ପଣ୍ଡା, ଗୟାଧର ଜେନା, ରଙ୍ଗାଧର ଜେନା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ । ଶେଷରେ ବଲିୟୁଡ୍ କଣ୍ଠଶିଳ୍ପୀ ନାଭିଆ ଜାଇତିଙ୍କ ସଙ୍ଗୀତରେ ଦର୍ଶକ ମାନେ ଝୁମି ଥିଲେ ।