Odiapua.com

ଆଙ୍କରଡା ସରପଞ୍ଚଙ୍କ ସମ୍ପତି ନେଇ ଭିଜିଲାନ୍ସ ଚଢ଼ାଉ: ଗଞ୍ଜାମ ଜିଲ୍ଲାର ଅନେକ ନେତାଙ୍କ ମନରେ ଛନକା

ବ୍ରହ୍ମପୁର: ୧୨/୦୭ (ଓଡ଼ିଆ ପୁଅ/ଜ୍ୟୋତିରଞ୍ଜନ ଦାସ) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କରଡା ପଞ୍ଚାୟତର ସରପଞ୍ଚ ଶ୍ରୀ ଉଷାନ୍ତ ସାହୁଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତି ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି। ଭିଜିଲାନ୍ସ ସ୍ପେସିଆଲ ଜଜ ଙ୍କ ନିର୍ଦ୍ଦେଶ ଓ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ଏହି ଚଢ଼ାଉ ଚାଲିଥିଲା।
ଦିଗପହଣ୍ଡିର ନୀଳାଦ୍ରି ବିହାରରର ଥିବା ଦୁଇ ମହଲା କୋଠା, ଦିଗପହଣ୍ଡି ବଜାରରେ ନିର୍ମାଣାଧୀନ ତିନି ମହଲା କୋଠା, ରାଇପୁର ଗ୍ରାମରେ ଥିବା ଏକ ମହଲା କୋଠା, ସରପଞ୍ଚ ଙ୍କ ନିଜ ଗ୍ରାମ ନବରଙ୍ଗପୁର ରେ ଥିବା ଘର, ଦିଗପହଣ୍ଡି ବଜାରରେ ଥିବା ଗ୍ୟାରେଜ ଘରେ ମଧ୍ୟ ଏକ ସଙ୍ଗେ ଚଢ଼ାଉ କରଯାଉଥିବା ଭିଜିଲାନ୍ସ ବ୍ରହ୍ମପୁର ଏସ.ପି ଶ୍ରୀ ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି। ଆଙ୍କରଡା ସରପଞ୍ଚ ଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ବେଳେ ଜବତ ହୋଇଛି ଏକ ପିସ୍ତଲ ଓ ଗୁଳି। ଖାନତଲାସ ଜାରି ରହିଛି।