Odiapua.com

ଆଗାମୀ ପୈାର ନିର୍ବାଚନକୁ ନେଇ କେନ୍ଦ୍ରାପଡାରେ – ଖଟିରେ ଚର୍ଚ୍ଚା

କେନ୍ଦ୍ରାପଡ଼ା, ୨୯ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆଗାମୀ ପୈାର ନିର୍ବାଚନକୁ ନେଇ କେନ୍ଦ୍ରାପଡାର ବିଭିନ୍ନ ଚାହା ଖଟିରେ ଚର୍ଚ୍- ଆରମ୍ଭ ହୋଇଯାଇଛି। କେନ୍ଦ୍ରାପଡା ସହରର ବିଭିନ୍ନ ଚାହା ଖଟିରେ ଭିନ୍ନ ଭିନ୍ନ ଦଳର ନେତାମାନେ ପହଞ୍ଚି ଏହି ପୈାର ନିର୍ବାଚନକୁ ନେଇ ଜୋରଦାର ଚର୍ଚ୍- ଆରମ୍ଭ କରିଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡା ପୈାରସଂସ୍ଥା ନିମନ୍ତେ ନିର୍ବାଚନୀ ବିଗୁଲ ବାଜିବା ପରେ ଦଳୀୟ କର୍ମୀମାନେ ତତ୍ପର ହୋଇ ଉଠିଥିବା ଦେଖାଯାଇଛି। ଦଳର କେତେକ ଟିକଟେ ଆଶାୟୀ ଏହି ଚାହା ଖଟିର ଚର୍ଚ୍ଚାରେ ଯୋଗଦେଇ ଦଳୀୟ ନେତାମାନଙ୍କୁ ଟିକେଟ ପାଇବା ନେଇ ଫୁସୁଲାଉଥିବା ଦେଖିବାକୁ ମିଳିଛି। କିନ୍ତୁ ଟିକେଟ ଆଶାୟୀମାନେ ବୁଝିବା ଆବଶ୍ୟକ ଯେ ସେମାନଙ୍କ ଦଳ ପ୍ରତି ଥିବା ଆନୁଗତ୍ୟକୁ ନେଇ ସେମାନଙ୍କୁ ଦଳୀୟ ଟିକେଟ ମିଳିବା ନମିଳିବା ନିର୍ଭର କରିବ। ସେହିପରି ସୋମବାର ସକାଳେ ମଧ୍ୟ କେନ୍ଦ୍ରାପଡା ସହରର ବିଭିନ୍ନ ଚାହା ଖଟିରେ ଆଗାମୀ ପୈାରନିର୍ବାଚନ ପାଇଁ ଟିକେଟ ଆଶାୟୀ ଥିବା ବହୁ ଦଳୀୟ କର୍ମୀ ପହଞ୍ଚି ସେମାନଙ୍କ ଟିକେଟ ପାଇବାକୁ ନେଇ ଲବି ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଏକ ସଂବେଦନଶୀଳ ଅଞ୍ଚଳ ହୋଇଥିବା ବେଳେ ଭିନ୍ନ ଭିନ୍ନ ରାଜନୈତିକ ଦଳର କର୍ମୀମାନେ ଏବେଠାରୁ କସରତ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ପୈାରସଂସ୍ଥାର ଅଧ୍ୟକ୍ଷ ପଦ ନିମନ୍ତେ ସରକାରୀ ବିଜେଡି ଦଳର ୧୦ରୁ ଉର୍ଦ୍ଧ୍ୱ ପ୍ରାର୍ଥୀ ହେବାକୁ ମନବଳାଇଥିବା ବେଳେ କଂଗ୍ରେସ ଦଳରୁ ୫ଜଣ ଓ ବିଜେପିରୁ ୪ଜଣ ପ୍ରାର୍ଥୀ ବାହାରିଥିବା ଆଲୋଚନା ହେଉଛି। ସେହିପରି କେତେକ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଏଥିନିମନ୍ତେ ମନ ବଳାଇଥିବା ଶୁଣାଯାଉଛି। ପୈାର ନିର୍ବାଚନ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇନଥିବା ବେଳେ ବିଭିନ୍ନ ଦଳର ବ୍ୟକ୍ତିବିଶେଷ ଆଜହୁଁ ଟିକେଟ ପାଇବା ପାଇଁ ଲବି ଆରମ୍ଭ କରିଦେଇଥିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି।