ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋବିନ୍ଦ ପୁର ଜୟଜଗନ୍ନାଥ ‘ବରିଷ୍ଠ ନାଗରିକ ମଂଚ’ ର ବନ୍ଧୁମିଳନ ଉତ୍ସବ ଗୋବିନ୍ଦପୁର ବଜାର ଠାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଫକୀର ମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧାମନଗର ବରିଷ୍ଠ ନାଗରିକ ମଂଚର ସଭାପତି ସଚିକାନ୍ତ ପଣ୍ଡା, ସଂମ୍ମାନିତ ବକ୍ତା ସାହିତ୍ୟିକ ବ୍ରଜକିଶୋର ଦାସ,ସଂଗୀତକାର ତ୍ରିଲୋଚନ ସ୍ୱାଇଁ, ଦୋଳଗୋବିନ୍ଦ ନାୟକ, ଅମୁଲ୍ୟ ପାଣିଗ୍ରାହୀ,ଜୟ ଜଗନ୍ନାଥ ବରିଷ୍ଠ ନାଗରିକ ମଂଚର ସଭାପତି ବିଷ୍ଣୁ ମୋହନ ଜେନାପ୍ରମୁଖ ଯୋଗଦାନ କରିଥିଲେ ।ମଂଚ ସଂଚାଳନ କରିଥିଲେ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାସ। ଏହି କାର୍ଯ୍ୟକ୍ରମ ରେ ୨୫ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ମାନଙ୍କୁ ବେଚ ପ୍ରଦାନ କରାଇଇଥିଲା।ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ ଚନ୍ଦ୍ରମଣି ଜେନା, ବିଦ୍ୟାଧର ବସନ୍ତିଆ, ବିଜୟ ଜେନା ଏବଂ ଅମର ବସନ୍ତିଆ ପ୍ରମୁଖ। ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସମ୍ପାଦକ ଦେବେନ୍ଦ୍ର ବସନ୍ତିଆ। କୁନି କୁନି ପିଲାମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରା ଯିବା ସହ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରାଯାଇଥିଲ।ବୟସର ତାଳେ ତାଳେ ପରିଣତ ବୟସରେ ପ୍ରତିଟି ମୁହୂର୍ତରେ ଉପେକ୍ଷିତ ହେଉଥିବା ବରିଷ୍ଠ ନାଗରିକମାନେ ପରିବାର ପ୍ରତି ମଧ୍ୟ ଅଲୋଡ଼ା ହୋଇଯାଉଥିବାର ଦୃଶ୍ୟ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ତମାନ ସମାଜରେ ଦେଖିବାକୁ ମିଳୁଛି।ଯାହାକି ପ୍ରତିଷ୍ଠିତ ମାନବ ସମାଜରେ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ଏବଂ ଗୁରୁଜନମାନେ ସଦାସର୍ବଦା ପୂଜ୍ୟ ତେଣୁ ସେମାନଙ୍କ ସମସ୍ତ ଜରୁରୀ ସୁବିଧା ହାତ ପାହାନ୍ତାରେ ଯୋଗାଇ ଦେବାପାଇଁ ଅନୁଷ୍ଠିତ ମଂଚରେ ଉପସ୍ଥିତ ଅତିଥିମାନେ ଦୃଷ୍ଟିପାତ କରିଥିଲେ।ଏଥିସହିତ ଗରିବ ଶ୍ରେଣୀର ନାଗରିକଙ୍କୁ ସହାୟତା ଓ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ସହ ମୌଳିକ ଅଧିକାର ତଥା ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ମଂଚ ପକ୍ଷରୁ ସର୍ବସମ୍ମତି ପ୍ରକାଶ ପାଇଥିଲା।