Odiapua.com

ଆଗାମି ନିର୍ବାଚନ ପାଇଁ କଂଗ୍ରେସ ଦଳର କାର୍ଯ୍ୟକାରିଣୀ ବୈଠକ,ଶହେରୁ ଉର୍ଦ୍ଦ ବିଜେଡି ଓ ଭାଜପା କର୍ମୀ କଂଗ୍ରେସରେ ଯୋଗଦେଲେ

ମାଲକାନଗିରି,୨୮ା୧୧ (ଓଡିଆ ପୁଅ ) ଆଗାମି ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳପକ୍ଷରୁ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଗତ ଦୁଇଦିନ ଧରି ଯୋରଦାର ଚାଲିଛି । ଆଜି ମାଲକାନଗିରି ବ୍ଲକସ୍ଥ ପେଦାଓ୍ୟର୍ଡା ପଚାଂୟତ ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରି ସଭାପତି ରାମ ପଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ପିସିସି କାର୍ଯ୍ୟକାରି ସଭାପତି ପୁର୍ବତନ ସାଂସଦ ପ୍ରଦୀପ ମାଝୀ,ସମ୍ମାନିତ ଅତିଥି ଭାବେ ପିସିସି ସାଧାରଣ ସଂପାଦକ ହିମାଂଶୁ ଲିମା ଯୋଗଦେଇ ଜିଲ୍ଲାରେ ଥିବା ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଯେପରି କଂଗ୍ରେସ ଦଳ ହାତେଇବ ସେନେଇ ଗରୁତ୍ୱପୂର୍ଣ୍ଣ ଆଲୋଚନା କରି କଂଗ୍ରେସଦଳକୁ ମଜଭୁତ କରିବାପାଇଁ କହିଥିଲେ । ଜିଲ୍ଲାଠାରୁ ଆରମ୍ଭକରି ବ୍ଲକ,ପଚାଂୟତ ଓ ଗ୍ରାମାଚଂଳରେ କଂଗ୍ରେସ କର୍ମୀ ମାନେ ପହଁଚି ଗ୍ରାମବାସୀ ମାନଙ୍କ ସମସ୍ୟା ପ୍ରତିଗୁରୁତ୍ୱ ଦେବାସହିତ ସାଙ୍ଗଠାନିକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ କାଲିମେଳା ବ୍ଲକ ଚେୟାରମେନ ମାଲା ମାଢି,କମଳାବରାଳ, ଲକ୍ଷ୍ମିପ୍ରୀୟା ନାୟକ,ଭିମାବାରସା, ପ୍ରାନ ମଣ୍ଡଳ, ପୁସ୍ପରାଜୁ,ସମରା.ରବିରାଜେଶ,ପ୍ରମୁଖ ନେତା ଓ ଶତାଧିକ କର୍ମୀ ମାନେ ଯୋଗଦେଇ ଆଗାମି ନିର୍ବାଚନ ରେ ଯେପରି ଜିଲ୍ଲାର ଦୁଇଟି ଯାକ ଆସନ କଂଗ୍ରେସ ହାତକୁ ଆସିବ ସେନେଇ ଆଲୋଚନା କରିବାସହିତ ସପଥ ନେଇଥିଲେ । ଏହି ଅବସରେ ୧୦୦ରୁଉର୍ଧ ବିଜେଡି, ଭାଜପା କର୍ମୀ କଂଗ୍ରେସ ଦଳରେ ଯୋଗଦେଇଥିଲେ । ଆଗାମି ନେନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲାର ସବୁରାଜନୈତିକ ଦଳ ବିଧାୟକ ପଦବି ପାଇଁ ପ୍ରାର୍ଥୀ ଚୟନରେ ଲାଗିପଡିଛିନ୍ତି । ଆଗାମୀ ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ର ନେତା ଓ କର୍ମୀ ମାନେ  ଚଳ ଚଚଂଳ ହୋଇପଡିଛନ୍ତି ,