Odiapua.com

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡ଼ାକ୍ତରଙ୍କ କଳାବ୍ୟାଚ ଧାରଣ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଅଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡ଼ାକ୍ତରମାନେ ୮ଦଫା ଦାବି ନେଇ କଳାବ୍ୟାଚ ଧାରଣ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ରାଷ୍ଣୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂଘର ଡ଼ାକରାରେ ୮ଦଫା ଦାବି ଯଥା – କାର୍ଯ୍ୟରତ ଡ଼ାକ୍ତରଙ୍କୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରାଯିବା, କରୋନା ଯୋଦ୍ଧାଙ୍କ ପରି ସମସ୍ତ ସୁବିଧା ପ୍ରଦାନ କରିବା, ମାସିକ ବେତନ ୫୦ହଜାର କରିବା, ଆୟୁରବୋଦିକ ଓ ହେମିଓ ପ୍ୟାଥିକ ଡ଼ାକ୍ତର ଙ୍କସହ ସମାନ ସୁବିଧା ପ୍ରଦାନ କରିବା, ରାଜ୍ୟ ଓ କେନ୍ଦ୍ରରେ ହେଉଥିବା ବିଭିନ୍ନ ଟ୍ରେନିଂରେ ସେମାନଙ୍କୁ ସମାମିଲ କରିବା, ଏଲୋପ୍ୟାଥିକ ଔଷଧ ର ବ୍ୟବହାର ପରି ହେମିଓ ପ୍ୟାଥିକ ଓ ଆୟୁରବେଦିକ ଔଷଧକୁ ଗୁରୁତ୍ୱ ଦେବା ଇତ୍ୟାଦି। ବହୁବାର ସଂଘ ପକ୍ଷରୁ ସରକାରଙ୍କୁ ଅବଗତକରାଯାଇଥିଲା ବେଳେ କିଛି ସୁଫଳ ମିଳିନଥିବାର ସେମାନେ ମଧ୍ୟ ପ୍ରକାଶ କରିଛନ୍ତି। ଏହି ଅଭିଯାନରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁସ ଡ଼ାକ୍ତର ଶଶିକାନ୍ତ ପଣ୍ଡା, ଡ଼ାକ୍ତର ପୃଥିରାଜ ପଣ୍ଡା, ଡ଼ାକ୍ତର ଏଲିନା ମିଶ୍ର, ଡ଼ାକ୍ତର ସଶ୍ମିତା ଜେନା, ଡ଼ାକ୍ତର ଦୁର୍ଗାଚରଣ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।ଏହା ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାପଡ଼ିଛି।