Odiapua.com

ଆଗରପଡ଼ା କଲେଜ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ, କ୍ରୀଡ଼ା ପାଇଁ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ପାଇଛି

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ୍ ଆଗରପଡ଼ା ମହାବିଦ୍ୟାଳୟରେ ଆଜି କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଯୁବ ଓଡ଼ିଶା ନବୀନ ଓଡ଼ିଶା ଅର୍ନ୍ତଃଗତ ଆୟୋଜିତ ପୁରସ୍କାର ବିତରଣୀ ସଭାକୁ ପରିଚାଳନା ସମିତି ସଭାପତି ପ୍ରଶାନ୍ତ କୁମାର ଦାଶ ପୌରହିତ୍ୟ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟକ ଭାବେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ କ୍ରୀଡ଼ା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଖେଳର ସଜ୍ଞାକୁ ବଦାଳାଇ ଦେଇଛନ୍ତି । ଭଲ ଖେଳିଲେ କୋଟାରେ ଆଜି ଚାକିରୀ ମିଳୁଥିବା ବେଳେ ଆଜି ଦିନରେ କ୍ରୀଡ଼ା ମାଧ୍ୟମରେ ସମଗ୍ର ବିଶ୍ୱରେ ପରିଚିତ ହେବା ପାଇଁ ସଂକଳ୍ପ ନେବାକୁ କହିଥିଲେ । ରାଜ୍ୟ ଟାଇକଣ୍ଡୋ ସଂଘ ସାଧାରଣ ସମ୍ପାଦକ ଚିନ୍ମୟ ବେହେରା ଓଡ଼ିଶା ଏବେ ବିଭିନ୍ନ କ୍ରୀଡ଼ାର ହବ୍ ହେବାକୁ ଯାଉଛି । ତେଣୁ ପାଠ ପଢ଼ା ସାଙ୍ଗକୁ କ୍ରୀଡ଼ା ଛାତ୍ର ଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଭଦ୍ରକ ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ କୁମାର ରାୟ, ବନ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଯୁବ ସମାଜ ସେବୀ ସତ୍ୟସାଧନ ବେଜ, ବିଜେଡି ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ସମିତି ସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟାପକ ମହେଶ୍ୱର ମଲ୍ଲିକ ଅତିଥି ପରିଚୟ, ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଓ ଶେଷରେ ରବିନ୍ଦ୍ର ମୋହନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ାର କୃତି ପ୍ରତିଯୋଗିଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ନୋଡାଲ ଅଫିସର ଅଧ୍ୟାପକ ହେମନ୍ତ ଓଝା ଓ ପ୍ରଶାନ୍ତ ନାୟକଙ୍କ ତତ୍ତ୍ୱାବଧାନରେ ବିକାଶ କୁମାର ମହାପାତ୍ର, ତାରାକାନ୍ତ ମଲ୍ଲିକ, ବିଜୟ କୁମାର ସେଣ୍ଢ, ହରିହର ଦାସ, ରାଜେନ୍ଦ୍ର ପାଣିଗ୍ରାହୀ, ପ୍ରକାଶ ରାଉତ, ଗଙ୍ଗାଧର ଦାସ, ଚୈତନ୍ୟ ତିରିଆ, ପିଏମ୍ ସୋରେନ୍‌, ଅଶୋକ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।