Odiapua.com

ଆଗରପଡ଼ା କଲେଜରେ ସାଂସ୍କୃତିକ ପ୍ରତିଯୋଗିତା

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ମହାବିଦ୍ୟାଳୟରେ ଆଜି ବିଶ୍ୱ ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ ପକ୍ଷରୁ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଅଫିସର୍ ଅଧ୍ୟାପିକା ପ୍ରେମଲତା ଦାଶ ଏବଂ ଅଧ୍ୟାପକ ହରିହର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଭାକୁ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ଦାଶ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷା ଡ଼ ଚପଳା ନାୟକ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ସେମାନଙ୍କ ମଧ୍ୟରେ ଥିବା ଅର୍ନ୍ତଃନିହିତ ଗୁଣର ପରିପ୍ରକାଶ ପାଇଁ ସାଂସ୍କୃତିକ ପ୍ରତିଯୋଗିତା ସେମାନଙ୍କୁ ଉତ୍ସାହିତ କରିବ, ଏଠାରେ କାର୍ଯ୍ୟରତ ଥିବା ସମୟରେ ସାଂସ୍କୃତିକ କାର୍ଯ୍ୟକୁ ସେ ଆରମ୍ଭ କରିଥିବା ବେଳେ ଆଜି ଏହା ପରମ ଆନନ୍ଦ ଦେଉଛି ବୋଲି ସେ କହିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିକାଶ କୁମାର ମହାପାତ୍ର ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡ଼ ନାୟକଙ୍କୁ ମହାବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଯୁକ୍ତ ଦୁଇ ବାଳିକା ଆତ୍ମରକ୍ଷା କାର୍ଯ୍ୟକ୍ରମର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା କରାଯାଇଥିଲା । ଅଧ୍ୟାପିକା ପ୍ରେମଲତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବିଭାଗର ଅରବିନ୍ଦ ଦାସ, ତାରାକାନ୍ତ ମଲ୍ଲିକ, ନାରାୟଣ ଚନ୍ଦ୍ର ପୁରୀ, ପବିତ୍ର ଦାସ, ବିଜୟ ସଣ୍ଢ, ଚୈତନ୍ୟ ତିରିଆ, ସ୍ୱୟଂ ସିଦ୍ଧା ମିଶ୍ର, ସାବିତ୍ରୀ ମଞ୍ଜରୀ ଦାସ, ପିଏମ୍ ସୁରେନ୍‌, ରାଜେନ୍ଦ୍ର ପାଣିଗ୍ରାହୀ, ଗଙ୍ଗାଧର ଦାସ, ମୁଖ୍ୟ ସହାୟକ ବିଜୟ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ ।