Odiapua.com

ଆଗରପଡ଼ାରେ ସମାଜ ପାଠକ ମଞ୍ଚର ବୈଠକ, ସମାଜ ବାଟବଣା ହୋଇ ନାହିଁ କି ଝୁଣ୍ଟି ନାହିଁ

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଇଲେଭେନ୍‌ଷ୍ଟାର କ୍ଲବ ପରିସରରେ ଆଜି ସମାଜ ପାଠକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦଦାତା ହେମନ୍ତ ସିଂହଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ନାଟ୍ୟକାର ତଥା ସମାଜ ସେବୀ ସୁଧାଂଶୁ ଶେଖର ନାୟକ ଯୋଗଦେଇ ସମାଜ ଏକ ଖବର କାଗଜ ନୁହେଁ ବରଂ ଏହା ଏକ ଆନ୍ଦୋଳନ । ନିଚ୍ଛକ,ନିର୍ଭିକ,ନିରପେକ୍ଷ,ସମ୍ବାଦ ପରିବେଷଣ ଖବର କାଗଜର ମାନ ବୃଦ୍ଧିରେ ସବୁବେଳେ ସହାୟକ ହୋଇଆସୁଛି । ସମାଜ ଖବର କାଗଜ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ସହାୟକ ହୋଇଥିବା ବେଳେ ଅସହାୟ,ନିସ୍ୱ ଏବଂ ପ୍ରାକୃତିକ ଦୈବ ଦୁର୍ବିପାକରେ ସମାଜର ଭୁମିକା ଅତୁଳନୀୟ । ଖବର କାଗଜ ଅଦ୍ୟାବଧି ବାଟବଣା ହୋଇ ନାହିଁ କି ଝୁଣ୍ଟି ନାହିଁ ବୋଲି ସେ କହିଥିଲେ । ବୈଠକରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବନ୍ତ ବରିଷ୍ଟ ନାଗରିକ ମଞ୍ଚର ସମ୍ପାଦକ ଭାସ୍କର ଚନ୍ଦ୍ର ପାଢୀ ସମାଜ ଖବର କାଗଜ ଲୋଭ ଓ ଲାଭ ଠାରୁ ଦୁରରେ ବୋଲି ମତ ବ୍ୟକ୍ତ କରିଥିଲେ ।

ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ତ୍ୱରେ ଆଗରପଡ଼ା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ,ଏସିବି ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା, ଇଂ ମଧୁସୂଦନ ସାହୁ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଜେନା, ସମାଜସେବୀକା ସ୍ମୃତିରେଖା ମହାନ୍ତି, ଶିକ୍ଷାବିତ୍ତ ପିତବାସ ପଣ୍ଡା, ଚିତ୍ତରଞ୍ଜନ ସାମନ୍ତରାୟ, ସୁଦର୍ଶନ ଦଳେଇ, ଉପେନ୍ଦ୍ର ଶତପଥୀ, ରାମଚନ୍ଦ୍ର ଜେନା, ମାୟାଧର ଖିଲାର, ସାହିତ୍ୟିକ ଚର୍ତୁଭୂଜ ପହି, କୀର୍ତ୍ତନ ବିହାରି ନାୟକ, ପୂର୍ବତନ ସରପଞ୍ଚ ରବିନାରାୟଣ ମହାନ୍ତି, ଯୁବନେତା ଅମୁଲ୍ୟ ରତ୍ନ ନନ୍ଦ, ଅକ୍ଷୟ ରାଉତ, ରବିନ୍ଦ୍ର ଆଇଚ, କାର୍ତ୍ତିକ ଜେନା, ନୃସିଂହ ମିଶ୍ର, ମଦନ ମୋହନ ଦାଶ, କାର୍ତ୍ତୀକ ଭାରତ, ଶିକ୍ଷକ ଜଗନ୍ନାଥ ମଲ୍ଲିକ, ବରିଷ୍ଟ ନାଗରିକ ରଞ୍ଜନ କୁମାର ଦାସ, ଅମୁଲ୍ୟ ପଣ୍ଡା, କରୁଣାକର ସାହୁ, ଶିବନାରାୟଣ ବିଶ୍ୱାଳ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ସମାଜର ଗ୍ରହଣୀୟତା, ପାଠକୀୟ ଆଦୃତି ଉପରେ ମତ ପୋଷଣ କରିଥିଲେ । ଏହି ଅବସରରେ କୃଷ୍ଣଚନ୍ଦ୍ର ସେନାପତି,ଗୀତାରାଣି ଦାସଙ୍କୁ ସମାଜ ସେବୀକା ଶୋଭାରାଣୀ ଦାସ ବସ୍ତ୍ର ଦାନ କରିଥିଲେ । ସମାଜ ପରିବାର ପକ୍ଷରୁ ସ୍ତମ୍ବକାର ସୁବୋଧ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଂଗୀତ ନିର୍ଦେଶକ ଗୋପିନାଥ ପାଢୀ ବେଦପାଠ, ଅଧ୍ୟାପକ ଫକିର ଚରଣ ଶଂଙ୍ଖୁଆ ସ୍ୱାଗତ ଅଭିଭାଷଣ, ସମ୍ବାଦଦାତା ହେମନ୍ତ ସିଂହ ଉଦ୍ଦେଶ୍ୟ ଜ୍ଞାପନ, ଅଧ୍ୟାପିକା ପ୍ରତିମା ସାହୁ ମାନପତ୍ର ପାଠ ଓ ଶେଷରେ ବରିଷ୍ଟ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜ ସେବୀକା ଶାନ୍ତିଲତା କର ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଗୋପାଳକୃଷ୍ଣ ଦାଶ, ଅଶୋକ କୁମାର ପରିଡ଼ା, ନିତ୍ୟାନନ୍ଦ ସିଂହ,ମାମାଲି ପତି, ଗାୟତ୍ରୀ ଦାସ, ଉଦୟ କୁମାର ସାହୁ,ବୁଟୁ ପାଢୀ, ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।