Odiapua.com

ଆଗରପଡ଼ାରେ ଓୟୁଜେର ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା , ଗଣତନ୍ତ୍ର ରାଷ୍ଟ୍ରରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ପୂର୍ତ୍ତବିଭାଗ ଡ଼ାକବଙ୍ଗଳା ଠାରେ ଆଜି କୋଭିଡ଼ କଟକଣା ମଧ୍ୟରେ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ଭଦ୍ରକ ଶାଖାର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉଦ୍‌ଘାଟକ ଭାବେ ଯୋଗଦେଇ କହିଲେ, ଉତ୍କଳ କେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ପରି ପ୍ରଖ୍ୟାତ ସାମ୍ବାଦିକ ଏହି ମାଟିରେ ଜନ୍ମ ଗ୍ରହଣ କରିଥିଲେ । ଏ ଅଞ୍ଚଳରେ ଥିବା ସାମ୍ବାଦିକମାନଙ୍କର ପରିଚୟ ନିଆରା । ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କ ମାଧ୍ୟମରେ ପାର୍ଲାମେଣ୍ଟ ଓ ବିଧାୟକଙ୍କ ମାଧ୍ୟମରେ ବିଧାନସଭାରେ ଉତ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ଯୋଗଦେଇଥିଲେ । ବିଶିଷ୍ଟ ନାଟ୍ୟକାର ଅଧ୍ୟାପକ ଡ଼ଃ. ସୁଧାଂଶୁ ଶେଖର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗଣମାଧ୍ୟମର ଦାୟିତ୍ୱ ବହୁତ ବଢ଼ିଯାଇଛି, ରାଷ୍ଟ୍ରରେ ଏହା ଜାଗ୍ରତ ପ୍ରହରୀ ସଦୃଶ କାର୍ଯ୍ୟ କରୁଛି । ଅନ୍ୟପକ୍ଷରେ ଗଣାମାଧ୍ୟମ ପ୍ରତିନିଧିମାନେ ଲକ୍ଷ୍ମଣରେଖା ମଧ୍ୟରେ ରହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ ଦାଶ କାମଳ ସାମ୍ବାଦିକତା ସମାଜ ପାଇଁ ବିପଦ ସୃଷ୍ଟି କରିଥାଏ ଓ ନିର୍ଭିକ, ସଚ୍ଚୋଟ ସାମ୍ବାଦିକମାନେ ଚିର ନମସ୍ୟ ହୋଇଥାନ୍ତି । ସମାଜର ମଙ୍ଗଳ ପାଇଁ ସାମ୍ବାଦିକମାନେ କାର୍ଯ୍ୟ କରିବାକୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଶ୍ରୀନାଥ ମହାନ୍ତି, ପୂର୍ବତନ ସରପଞ୍ଚ ପୃଥୀରାଜ ଦାସ, ଯୁବନେତା ସତ୍ୟସାଧନ ବେଜ, ଓୟୁଜେ ରାଜ୍ୟ ସମ୍ପାଦକ କିଶାନ ରାଉତ ବକ୍ତବ୍ୟ ପ୍ରଦାନ କରିଥିଲେ । ଓୟୁଜେ ଜିଲ୍ଲା ଉପସଭାପତି ହେମନ୍ତ ସିଂହଙ୍କ ମଞ୍ଚ ସଞ୍ଚାଳନରେ ଜିଲ୍ଲା ସଭାପତି ଡ଼ଃ. ହରିହର ନାୟକ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ଗୌରହରି ନାୟକ ସ୍ୱାଗତ ଭାଷଣ ଓ ପ୍ରଦ୍ୟୁମ୍ନ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କରୋନା ଯୋଦ୍ଧା ଡ଼ାକ୍ତର ଦୀପକ ଜେନା, ପ୍ରାଣିଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ, ଅବସରପ୍ରାପ୍ତ ପ୍ରାଣିଧନ ନିରୀକ୍ଷକ ଅର୍ଜୁନ ଚରଣ ରାଉତ, ଶିକ୍ଷାବିତ୍ ରଥ ବେହେରା, କୈଳାସ ଚନ୍ଦ୍ର ଧଳ, ଇଂ ମଧୁସୂଦନ ସାହୁ, ରବିନ୍ଦ୍ର ଜେନା, ସାମ୍ବାଦିକ ନାରାୟଣ ବାରିକ, ପରମାନନ୍ଦ ଦାସ, ଅନୀଲ ନାୟକ, ବନମାଳୀ ବାରିକ, ସମାଜେସେବୀ ମନ୍ମଥ ଦାସ, ମ୍ୟାଟ୍ରିକ ଟପ୍ପର କଳ୍ପଲତା କୁଣ୍ଡୁ, କୁମାର ଗୌରବ କର, ଜ୍ୟୋତିପ୍ରଜ୍ଞା ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ କଣ୍ଠଶିଳ୍ପୀ କ୍ଷୀରାବ୍ଦି ତନୟା ପଣ୍ଡା ଶ୍ଳୋକ ଆବୃତ୍ତି , ବନ୍ଦନା ଜେନା ଓଡ଼ଶୀ ନୃତ୍ୟ, ବାବା ମାଧବାନନ୍ଦ ଦାସ ଏକତାରା ଭଜନ ପରିବେଷଣ କରିଥିଲେ । ସାମ୍ବାଦିକ ଅକ୍ଷୟ ସିଂହ, ପ୍ରଶାନ୍ତ ସାହୁ, ଜିତେନ୍ଦ୍ର ଶତପଥୀ, ବିଶ୍ୱନାଥ ସିଂହ, ସୁକାନ୍ତ ଜେନା, ରବିନ୍ଦ୍ର ସେଠୀ, ଧରଣୀଧର କର, ଲିପିକା ରାଉତଙ୍କ ସମେତ ବିଜୟ କୁମାର ପାଢୀ, ମଲ୍ଲିକା ବିଶ୍ୱାଳ, ମୋନାଲିସା ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଚିକି ଗୋଚ୍ଛାୟତ, ରଶ୍ମିତା ସାହୁ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।