Odiapua.com

ଆଗରପଡା ମେଡିକାଲ ପରିସରରେ ରୋଗୀଙ୍କ ଉପରେ ଚଢିଗଲା ବୋଲେରୋ, ଜଣେ ମୃତ, ୮ ଗୁରତୁର

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନରେ ଏହି ଜିଲାର ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ମେଡିକାଲ ପକ୍ଷରୁ ନିୟୋଜିତ ଏକ ବେଲେରୋ ଔଷଧ ପେଟି ଆଣି ଅନଲୋଡ୍ କରୁଥିଲା। ଏହି ସମୟରେ ଷ୍ଟାର୍ଟ ଅବସ୍ଥାରେ ଥିବା ଗାଡି ଭିତରେ ଥିବା ମେଡିକାଲର ଝାଡୁଦାର ଅସାବଧାନତା ବଶତଃ ଗିଅର ପକାଇଦେବା ଯୋଗୁଁ ହଠାତ୍ ରୋଗ ଦେଖାଇବାକୁ ଆସି ରେଜିଷ୍ଟ୍ରେସନ କାଉଣ୍ଟରରେ ଲାଇନ୍ ଥିବା ଲୋକଙ୍କ ଉପରକୁ ଗାଡିଟି ଦ୍ରୁତି ଗତିରେ ମାଡି ଯାଇଥିଲା। ଫଳରେ ମୃତ ଓ ଗୁରୁତର ଆହତଙ୍କ କରୁଣ ଚିତ୍କାରରେ ମେଡିକାଲ ପରିସର ଫାଟି ପଡିଥିଲା। ଘଟଣାସ୍ଥଳରେ ବଡବର୍ଚ୍ଚିକୟାଁ ଗ୍ରାମର ଶ୍ରୀଧର ଲେଙ୍କାଙ୍କର ମୃତ୍ୟୁ ହୋଇଥିବାବେଳେ ୩ ମହିଳା ଓ ଜଣେ ଶିଶୁ ସମେତ ୮ ଗୁରୁତର ହୋଇଥିଲେ। ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ଆଗରପଡା ପୋଲିସ୍ ଘଟଣାସ୍ଥଳରେ ପହଞ୍ôଚ ଶବ ଓ ଗାଡିଟି ଜବତ ସହ ତଦନ୍ତ ଆରମ୍ଭ କରିଛି।