ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭଦ୍ରକ ବିଧାୟକ ସୀତାଶୁଂ ଶେଖର ମହାପାତ୍ର ଆଜି ଭଦ୍ରକ ଜିଲ୍ଲା ଆଗରପଡା ମହିଳା କଲେଜ ପରିଦର୍ଶନ କରିଛନ୍ତି । କଲେଜର ଅଧ୍ୟକ୍ଷା ଡ. ନଳିନୀ ପ୍ରଭା ଶତପଥି, ବିଜେପି ନେତା ତଥା ବିଶିଷ୍ଟ ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକ, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ ମହିଳା କଲେଜର ବିଭିନ୍ନ ଅଭାବ ଅସୁବିଧା ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆବଶ୍ୟକୀୟ ଗୃହ, ସୁରକ୍ଷା ପାଚେରୀ, ପାନୀୟ ଜଳ, ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ, ପରିସ୍ରାଗାର, ଶ୍ରେଣୀ ଗୃହର ଅବ୍ୟବସ୍ଥା ଆଦିକୁ ସେ ବୁଲି ଦେଖିଥିଲେ । କଲେଜର କର୍ମଚାରୀ ଓ ଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ପରେ ତୁରନ୍ତ କ୍ରିଟିକାଲ୍ ଫଣ୍ଡ (ସଂଙ୍କଟପୂର୍ଣ୍ଣ ପାଣ୍ଠି)୧୦ ଲକ୍ଷ ଟଙ୍କା ଅନୁଦାନରେ ପରିସ୍ରାଗାର, ପାନୀୟ ଜଳ ଓ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ମରାମତି ପାଇଁ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ଅଧ୍ୟାପିକା ସସ୍ମିତା ନାୟକ, ଅର୍ଥନିତୀ ବିଭାଗର ଅଧ୍ୟାପିକା ନିଳିମା ବିଶ୍ୱାଳ, ଶିକ୍ଷା ବିଭାଗର ଅଧ୍ୟାପିକା ପ୍ରଣତି ରାଉତ, ରାଜନିତୀ ବିଜ୍ଞାନର ଅଧ୍ୟାପକ କରୁଣାକର ସାହୁ, ଇତିହାସ ବିଭାଗର ଅଧ୍ୟାପକ ନିରଞ୍ଜନ ପତି, କ୍ରୀଡା ବିଭାଗର ଅଧ୍ୟାପିକା ସୁନେତ୍ରା ରାଏ, ପାଠାଗାରର ସୁରେନ୍ଦ୍ର ଦାସ, ଡେମନ୍ଷ୍ଟ୍ରେଟର ବସନ୍ତ କୁମାର ଜେନା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଛାତ୍ରୀ ମାନେ ମୁଖ୍ୟ ଫାଟକ ଠାରୁ ବିଧାୟକଙ୍କୁ ପାଚ୍ଛୋଟି ନେଇଥିଲେ । କାର୍ଯ୍ୟକ୍ରମରେ ଗୋପାଳ କୃଷ୍ଣ ଦାଶ, ମଦନ ମୋହନ କଟୁଆଳ, ବୁଟୁ ପାଢୀ, ବାବୁରାମ ବେହେରା, ରମାକାନ୍ତ ନାୟକ, ପ୍ରଫୁଲ୍ଲ ମହାନ୍ତି , ଅଗଣା ସାହୁ, ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।