ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଆଗରପଡା ଥାନାରେ ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ଚିଠି ନମ୍ବର ୧୫୨ ଫେବୃଆରୀ ୪ ତାରିଖ ଆଦେଶ ମୂଳେ ନୂଆ ଥାନାଧିକାରୀ ଭାବେ ରାଜେଶ କୁମାର ସେଠୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ପୂର୍ବରୁ ସେ ଜଣେ ଯୁବ, ଦକ୍ଷ ଓ କର୍ମଠ ଏସଆଇ ଭାବେ ଧାମନଗର ଥାନାରେ ଦୁଇ ବର୍ଷ ଏବଂ ଘଟେଂଶ୍ୱର ଫାଣ୍ଡିରେ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ସୁନାମ ଅର୍ଜନ କରିଛନ୍ତି । ୨୦୨୫ ସେପ୍ଟେମ୍ବର ମାସରେ ତାଙ୍କର ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ହୋଇଥିଲା । ପଦୋନ୍ନତି ପାଇ ପ୍ରଥମେ ସେ ଆଗରପଡା ଥାନାଧିକାରୀ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆଗରପଡା ଥାନା ଅଚଂଳରେ ଆଇନ ଶୃଙ୍ଖଳା ରକ୍ଷା ଓ ସମସ୍ତ ପ୍ରକାର ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ସହିତ ଜନ ସାଧାରଣକୁ ପୋଲିସ ବନ୍ଧୁତ୍ୱପୂର୍ଣ୍ଣ ଆଚରଣରେ ସେବା ଯୋଗାଇ ଦେବାକୁ ପ୍ରାଥମିକତା ଦିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି । ଏଥିସହିତ ସମସ୍ତ ବର୍ଗର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ପ୍ରକାଶଥାଉକି ଏହି ଥାନାରେ କାର୍ଯର୍୍ୟରତ ଇନସ୍ପେକ୍ଟର ଦେବରାଜ ଜେନାଙ୍କ ବାଲେଶ୍ୱର ଜିଲ୍ଲାକୁ ବଦଳି ପରେ ଏସଆଇ ସୁଜାତା ଖମାରୀ କାର୍ଯ୍ୟଭାର ସମ୍ଭାଳୁ ଥିଲେ, ନୂତନ ଥାନାଧିକାରୀ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ,ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।