Odiapua.com

ଆଗରପଡା ଅଞ୍ଚଳରେ ୨୨ ପଜେଟିଭ୍ ଚିହ୍ନଟ: ୭ ଦିନ ପାଇଁ କାଣ୍ଡବା ଗ୍ରାମ ସଟ୍‌ଡାଉନ୍‌

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କରୋନାର ପ୍ରାଦୃଭାବ ଏବେ ଗ୍ରାମାଂଚଳକୁ ବ୍ୟାପିବାରେ ଲାଗିଛି। ବନ୍ତ ବ୍ଲକ ଆଗରପଡା ଅଞ୍ଚଳରେ ୨୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ଗ୍ରାମକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ପ୍ରକାଶ ଯେ, ଗତ ୩ ଦିନ ତଳେ ଜଣେ ପ୍ରାଇଭେଟ ଫାଇନାନ୍ସ କମ୍ପାନୀ କର୍ମଚାରୀ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଶନିବାର ଆଉ ୨୧ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀ ଜଣକ ଗୋପିନାଥପୁର ପଂଚାୟତ ଅଧିନରେ ହୋଇଥିବାରୁ ଏଠାରେ ପ୍ରାୟତଃ ଲକ୍ଷଣ ଥିବା ୨୯ ଜଣ ବ୍ୟକ୍ତିଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୨ ଜଣଙ୍କର ପଜେଟିଭ୍ ବାହାରିଛି। ଏହା ମଧ୍ୟରେ ଅନ୍ୟଜଣେ ଜଣେ ଆଶାକର୍ମୀ ଥିବା ଜଣାଯାଇଛି। ସମସ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ୍ ହସପିଟାଲକୁ ନେବାର ବ୍ୟବସ୍ଥା କରାଯାଇଛି। ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ସରପଞ୍ଚ ଅଶୋକ ଦାସ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କାଣ୍ଡବା ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କରିଥିବାର ଜଣାଯାଇଛି।