ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ପରିସରରେ ନିଶାମୁକ୍ତ ଓଡିଶା ଅଭଯାନ ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସମିତି ଆନୁକୂଲ୍ୟରେ ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଥାନାଧିକାରୀ ରାଜେଶ ସେଠୀ ସଭାପତିତ୍ୱ କରିଥିଲେ।ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଏସ୍ ଆଇ ଇଭାରାଣୀ ପରିଡା ପ୍ରମୁଖ ମଞ୍ଚାସୀନ ହୋଇ ନିଶା କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ପରିବାର, ସମାଜ ଏବଂ ଆଗାମୀ ପିଢିର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରେ, ତେଣୁ ସମସ୍ତେ ମିଶି ନିଶା ବିରୁଦ୍ଧରେ ସଚେତନ ହେବା, ଅନ୍ୟ ମାନଙ୍କୁ ସଚେତନ କରିବା ଏବଂ ଏକ ସୁସ୍ଥ , ସୁରକ୍ଷିତ ଓ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ବିଜେପି ନେତା ଅମୁଲ୍ୟ ରତ୍ନ ନନ୍ଦ,ପୂର୍ବତନ ସରପଞ୍ଚ ରବି ନାରାୟଣ ମହାନ୍ତି, ସତ୍ୟବାନ ଦାସ, ସତ୍ୟ ସାଧନ ବେଜ, ସୁରେନ୍ଦ୍ର ଜେନା, ଅଶୋକ ଦାସ, ସମିତି ସଭ୍ୟ ନିର୍ମିଳ ନାୟକ, ଦୀପକ ମହାନ୍ତି, ଗୋପାଳ କୃଷ୍ଣ ଦାଶ, ପୟୋଧର ବାରିକ, ଚିନ୍ମୟ ମହାପାତ୍ର, ଶୁଭେନ୍ଦୁ ବେହେରା, ମଦନ କଟୁଆଳ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି, ଆଗରପଡ଼ା ଥାନା ଅଧିନ ବିଭିନ୍ନ ଗ୍ରାମର ଲୋକ ପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବା ସହ ନିଶା ମୁକ୍ତ ଓଡିଶା ଗଠନ ଅଭିଯାନରେ ନିଜକୁ ସାମିଲ କରିଥିଲେ ।