Odiapua.com

ଆଗକୁ ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ

ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) ପଞ୍ଜାବ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି। ଏ ନେଇ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ତେବେ ୨୦ ଫେବୃଆରୀ ୨୦୨୨ (ରବିବାର) ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ।

ଏବେ ୧୪ ଫେବୃୟାରୀ ପରିବର୍ତ୍ତେ ୨୦ ଫେବୃଆରୀରେ ମତଗ୍ରହଣ ଅନୁଷ୍ଠିତ ହେବ। ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଫେବୃୟାରୀ ୧୪ରେ ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖିବାକୁ କିଛି ଦଳ ପକ୍ଷରୁ କୁହାଯାଇଥିଲା। ଗୁରୁ ରବିଦାସ ଜୟନ୍ତୀଙ୍କୁ ଦେଖି ରାଜ୍ୟର ଦଳିତ ସମ୍ପ୍ରଦାୟର ଅନେକ ଲୋକ ଫେବ୍ରୁଆରି ୧୬ ତାରିଖରେ ବାରାଣାସୀ ଯାଇଥାନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଏହି ଆସ୍ଥା ଥିବାରୁ ସେମାନେ ଭୋଟ ଦେଇ ପାରିବେ ନାହିଁ। ଏହି କାରଣରୁ ନିର୍ବାଚନ ଆୟୋଗକୁ ଭୋଟଗ୍ରହଣକୁ ସ୍ଥଗିତ ରଖିବାକୁ ମୁଖ୍ମନ୍ତରୀ ଚନ୍ନି ଏବଂ ବିଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିଲେ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ମଧ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ପଞ୍ଜାବରେ ଫେବୃୟାରୀ ୧୪ ତାରିଖରେ ମତଦାନକୁ ଅତି କମରେ ୬ ଦିନ ସ୍ଥଗିତ କରାଯିବା ଉଚିତ ବୋଲି ଚିଠି ଲେଖିଥିଲେ |