Odiapua.com

ଆଖଣ୍ଡଳମଣି ମନ୍ଦିର ପ୍ରଶାସନର ଅଜବ ନିୟମ, ଆରଡି ପୀଠରେ ବାବାମଣିଙ୍କ ବାହାଘର,ବରପିତା ଓ କନ୍ୟାପିତା ଚୟନ ଚାନ୍ଦବାଲିରେ, ପରମ୍ପରା ଭଙ୍ଗ କରୁଛି ମନ୍ଦିର ପ୍ରଶାସନ- ବରିଷ୍ଠ ସେବାୟତ

ଭଦ୍ରକ, ୨୬ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଚଳିତ ଶିବ ବିବାହ ଉତ୍ସବ ଆସନ୍ତା ଜୁନମାସ ୧୯ରେ ଅନୁଷ୍ଠିତ ହେବ। ବୈଦିକ ରୀତିନୀତି ଅନୁଯାୟୀ ଆସନ୍ତା ମେ ୧ରେ ପ୍ୱିତ୍ର ଚନ୍ଦନ ପୂର୍ଣ୍ଣିମା ଦିନ ଲଗ୍ନଥାଳ ଉଠା ନୀତି ରହିଛି। ଏଥିପୂର୍ବରୁ ମନ୍ଦିରର ପରମ୍ପରା ଅନୁଯାୟୀ ମନ୍ଦିର କାର୍ଯ୍ୟାଳୟରେ ବରପିତା ଓ କନ୍ୟାପିତା ଚୟନ କାର୍ଯ୍ୟ ହୋଇଥାଏ। ହେଲେ ମନ୍ଦିର ପ୍ରଶାସନର ଅଜବ ନିୟମ ଅନୁଯାୟୀ ଚଳିତବର୍ଷ ବରପିତା ଓ କନ୍ୟାପିତା ଚୟନ ଚାନ୍ଦବାଲିରେ କରାଯିବ ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରସାରଣ କରାଯାଇଛି। ଯାହାକୁ ନେଇ ମନ୍ଦିରର ବରିଷ୍ଠ ସେବାୟତ ନିନ୍ଦା କରିବା ସହ ବାବାଙ୍କ ମନ୍ଦିରରେ ପରମ୍ପରା ଓ ରୀତିନୀତିକୁ ପ୍ରଶାସନ ମନଇଛା କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି। ଯାହାକୁ ନେଇ ଅଗଣିତ ଶୈବ ଭକ୍ତଙ୍କ ମନରେ କୋଠାରଘାତ ଆଣିଛି। ବାବା ମହିମା ଓ ଅପାର କରୁଣା ପାଇଁ ପ୍ରତିଦିନ ଓ ବିଭିନ୍ନ ପର୍ବପର୍ବାଣୀରେ ହଜାରହଜାର ଭକ୍ତ ପୀଠକୁ ଆସିଥାନ୍ତି। ହେଲେ ପ୍ରଶାସନ କାର୍ଯ୍ୟ ବ୍ୟସ୍ତତା ଓ ସୁରକ୍ଷା ଆଳ ଦେଖାଇ ବାବାଙ୍କ ଅନେକ କାର୍ଯ୍ୟ ଚାନ୍ଦବାଲି ଓ ଭଦ୍ରକରେ କରିବା ଠିକ୍ ନୁହେଁ ବୋଲି ଭକ୍ତ ମହାସଂଘ କହିଛି। ହିନ୍ଦୁ ଦେବୋତର ବିଭାଗ ଦ୍ୱାରା ବାବାଙ୍କ ମନ୍ଦିରରେ ପ୍ରଚଳିତ ୧୯୪୫ମସିହା ଖସଡ଼ା ଅନୁଯାୟୀ ବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଥିବା ପର୍ବପର୍ବାଣୀ ଓ ସମସ୍ତ ବୈଠକ ମନ୍ଦିର ପରିସର ମଧ୍ୟରେ ହେବା ପାଇଁ ଉଲେଖ୍ୟ ରହିଥି୍ୱା ବେଳେ କାହିଁକି ପ୍ରଶାସନ ବାରମ୍ବାର ୍ୱାରମ୍ୱାର ସ୍କିମ ଉଲଂଘନ କରି ନିଜ ଇଛା ମୁତାବକ କାର୍ଯ୍ୟ କରୁଛି ତାହା ସାଧାରଣ ଭକ୍ତ ଓ ସେବାୟତଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଳିତବର୍ଷ ୍ୱରପିତା ଓ କନ୍ୟାପିତା ଚୟନ କାର୍ଯ୍ୟ ଆରଡି ପୀଠରେ କରାନଯାଏ ତାହାଲେ ସେବାୟତମାନେ ଅସହଯୋଗ କରିବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କର ସରକାରୀ କାର୍ଯ୍ୟ ଓ ଜନଗଣନା କାର୍ଯ୍ୟ ଚାଲୁଥିବାରୁ ଚଳିତବର୍ଷ ଚାନ୍ଦବାଲିରେ ବରପିତା ଓ କନ୍ୟାପିତା ଚୟନ ପାଇଁ ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଙ୍କର ନିର୍ଦେଶ ରହିଛି।