Odiapua.com

ଆଖଣ୍ଡଳମଣି ମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କୁ ସ୍ଥାନାନ୍ତର ପାଇଁ ଘୋଷଣା,ଆଜି ଉଛେଦ ପାଇଁ ପ୍ରଶାସନିକ ପ୍ରସ୍ତୁତି, ଜମି ନମିଳିଲେ ବିସ୍ଥାପିତ ଜାଗା ଛାଡ଼ିବେ ନାହିଁ, ଆଖଣ୍ଡଳମଣିଙ୍କ ନୀତି କାନ୍ତି ବନ୍ଦ କଲେ ସେବାୟତ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱ ଓ ପୁଷ୍କରିଣୀ ଚତୁଃପାର୍ଶ୍ୱର ସମ୍ପ୍ରସାରଣ ଓ ପରିକ୍ରମା ମାର୍ଗ ପାଇଁ ପ୍ରଶାସନିକ ପକ୍ଷରୁ ଉଛେଦ ପାଇଁ ବିସ୍ଥାପନ ମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଛି। ବିସ୍ଥାପନ ମାନେ ନିଜର ଆସିବା ପତ୍ର ନେଇ ଅନ୍ୟସ୍ଥାନକୁ ପଳାଇଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଚାନ୍ଦବାଲି ତହସିଲଦାର ଭ୍ୱତୋଷ ମଲିକ କହିଛନ୍ତି। ଅନ୍ୟପଟେ ବିରୋଧ କରି ବିସ୍ଥାପିତଙ୍କ ମହାମେଳି ବୈଠକ ବସିବା ସହ ସରକାରୀ ନିୟମ ଅନୁଯାୟୀ ବିସ୍ଥାପିତଙ୍କୁ ଜମି ବଦଳରେ ଘର ଉପଯୋଗି ନିମନ୍ତେ ଜମି ନମିଳିଲେ ଜାଗା ଛାଡ଼ିବେ ନାହିଁ ବୋଲି କହିଛନ୍ତି । ଏପରି ଦାବି ନେଇ ମନ୍ଦିର ସମ୍ମୁଖରେ ଆନ୍ଦୋଳନ ଜାରି ରଖିବା ସହ ବସି ରହିଛନ୍ତି ବିସ୍ଥାପିତ। ଯାହାଫଳରେ ବାବା ଆଖଣ୍ଡଳମଣିଙ୍କ ସେବା ନୀତିରେ ବିଭ୍ରାଟ ଦେଖାଦେଇଛି। ବିସ୍ଥାପିତଙ୍କ କହିବା ଅନୁଯାୟୀ ବାବାଙ୍କ ଦୈନନ୍ଦିନ ସେବା ପୂଜା ନିମନ୍ତେ ବ୍ୟବହୃତ ବାସନ ଓ ପୂଜାସାମଗ୍ରୀ କେଉଁଠି ରଖିବେ ଦୈନନ୍ଦିନ ମନ୍ଦିରକୁ କିପରି ଆଣିବେ ପ୍ରଶ୍ନ କରିଛନ୍ତି।