Odiapua.com

ଆଖଣ୍ଡଳମଣି ମନ୍ଦିର ଚତୁଃପାର୍ଶ୍ୱର ଉଛେଦ ବେଳେ ଦୋହଲୁଛି ମୁଖ୍ୟ ମନ୍ଦିର,ଗୋଚରରେ ଅଛନ୍ତି ତ ପ୍ରତ୍ନତତ୍ୱ ବିଭାଗ! ପ୍ରବେଶ ଦ୍ୱାର ପ୍ରାଚେରୀ ଓ ପୁଷ୍କରିଣୀ ସୁରକ୍ଷା ପ୍ରାଚୀରର ୧୫ଫୁଟ ଲମ୍ବର ଫାଟ,ଶିବଗଙ୍ଗା ପୁଷ୍କରିଣୀ ଭୁଶୁଡିବା ଆଶଙ୍କା!

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗ ପାଇଁ ପ୍ରଶାସନ ପକ୍ଷରୁ ଅବସ୍ଥାପିତ ହେବାକୁ ଥିବା ସେବାୟତ ପରିବାରଙ୍କର ବାସଗୃହ ସହ ଦୋକାନ ଗୃହର ଉଛେଦ କାର୍ଯ୍ୟ ଗତ ମଙ୍ଗଳବାର ଠାରୁ ଜାରି ରହିଛି। ଏପରିକି ବଡ଼ବଡ଼ କୋଠାଘରକୁ ଉଚ୍ଚ ସମ୍ପନ୍ନ ବୁଲଡୋଜର ଦ୍ୱାରା ଭଙ୍ଗା ଯାଉଥିବାରୁ ବାବାଙ୍କ ଶହଶହ ବର୍ଷର ମନ୍ଦିରର ଭିତିଭୂମୀ ଦୋହଲିବା ସହ ବେଢ଼ା ପ୍ରାଚେରୀର ବଡ଼ ଫାଟ ସୃଷ୍ଟି ହୋଇଛି। ତାହାସହ ଶିବଗଙ୍ଗା ପୁଷ୍କରିଣୀ ସୁରକ୍ଷା ପ୍ରାଚେରୀର ୧୫ଫୁଟ ଲମ୍ବର ଫାଟ ସୃଷ୍ଟି ହୋଇଛି। ଏପରିକି ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ବିନା ଅନୁମୋଦନରେ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଚ ସମ୍ପନ୍ନ ବୁଲଡୋଜର ଶଦ୍ଧ ପ୍ରଦୂଷଣ ସହ ୨ମହଲା ଠାରୁ ଆରମ୍ଭ କରି ୪ମହଲା କୋଠାଘରକୁ ଭଙ୍ଗା ଯାଉଥିବାରୁ ଦୁଲୁକୁଛି ମନ୍ଦିର ପ୍ରାଚେରୀ ଓ ମୁଖ୍ୟ ମନ୍ଦିର। ଏପରିକି ପ୍ରତ୍ନତତ୍ୱ ବିନା ଅନୁମତିରେ ମନ୍ଦିର ପରଧି ଠାରୁ ୧୦/୧୫ ଫୁଟ ବ୍ୟବଧାନରେ ଉଚ୍ଚ ସମ୍ପନ୍ନ ବୁଲଡୋଜର ଭାଙ୍ଗୁଥିବାରୁ ଶହଶହ ବର୍ଷର ବାବାଙ୍କ ମୁଖ୍ୟ ମନ୍ଦିର ସୁରକ୍ଷିତକୁ ନେଇ ସେବାୟତମାନେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ପାଇଁ ପାଣି ଶୁଖା ହୋଇଥିବାରୁ ପଶ୍ଚିମ ପାର୍ଶ୍ୱ ସୁରକ୍ଷା ପ୍ରାଚେରୀର ୧୫ଫୁଟ ଲମ୍ବର ଫାଟ ଦେଖାଦେଇଛି। ତାହାସହ ପୁଷ୍କରିଣୀକୁ ଲାଗି କରି ପ୍ରବେଶ ଦ୍ୱାର ଥିବାରୁ ବୋଲଡୋଜର ପ୍ରଭାବରେ ବଡ଼ ଫାଟ ସୃଷ୍ଟି ହେବା ସହ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତୀ ଭାଙ୍ଗି ଯାଇଛି। ବିଗତ ବର୍ଷରେ ପୁଷ୍କରିଣୀର ଜଳ ଶୁଖା ଯାଇ ସୁରକ୍ଷା ପ୍ରାଚୀରୀ କାର୍ଯ୍ୟ ଚାଲୁଥିବା ବେଳେ ଲକ୍ଷାଧିକ ଟଙ୍କାରେ ନିର୍ମିତ କଂକ୍ରିଟ ୱାଲ ଧସୀଯାଇଥିଲା। ଏବେ ମୁଖ୍ୟ ପ୍ରବେଶ ଦ୍ୱାରରେ ଫାଟ ଦେଖା ଦେବା ସହ ଚଟାଣ ଦବୁ ଥିବାରୁ ବିପଦ ଦେଖାଦେଇଛି।