ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋମବାର ଗୁଜୁରାଟସ୍ଥିତ ପ୍ରଭୁ ସୋମନାଥ ମନ୍ଦିରର ସ୍ୱାଭିମାନ ପର୍ବ ଓ ରୁଦ୍ରାଭିଷେକ, ପୂଜାପାଠ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପାଳନ କରାଯାଇଥିବା ବେଳେ ଓଡ଼ିଶାର ୧୩ଗୋଟି ଶୈବପୀଠରେ ଆଭାସି ମାଧ୍ୟମରେ ପ୍ରଶାସନ ପକ୍ଷରୁ ପାଳନ କରାଯାଇଥିଲା। ଏହି ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ ପରିସରରେ ଭଦ୍ରକ ଜିଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ମଂଚରେ ଆଭାସି ମାଧ୍ୟମରେ ପ୍ରଭୁ ସୋମନାଥ ମନ୍ଦିରର ଅନୁଷ୍ଠିତ ପୂଜାର୍ଚ୍ଚନା ଓ ରୁଦ୍ରାଭିଷେକ ସିଧାପ୍ରସାରଣ କରାଯାଇଥିଲା। ଏହି ମଞ୍ଚରେ ଜିଲାପାଳ ଦିଲିପ ରାଉତରାୟ, ଅତିରିକ୍ତଜିଲାପାଳ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଜିଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ସକାଳ ୭ଟା ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶିବ ଭଜନ ସହ ଶିବ ତାଣ୍ଡବ ଆଦି ମଂଚରେ ପରିବେଷଣ କରାଯାଇଥିଲା। ଉପସ୍ଥିତ ଭକ୍ତ ଓ ଦର୍ଶକ ଏଥିରେ ସାମିଲ ହୋଇଥିଲେ।