Odiapua.com

ଆଖଣ୍ଡଳମଣିପୀଠର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ, ଜମି ଅଧିଗ୍ରହଣ ପାଇଁ ବିସ୍ଥାପିତଙ୍କ ସହ ପ୍ରଶାସନର ସ୍ୱତନ୍ତ୍ର ଆଲୋଚନା, ବିବାଦୀୟ ଜମିର ହେବ ପୁନଃ ମୂଲ୍ୟାଙ୍କନ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପାରିପର୍ଶ୍ୱିକ ଉନ୍ନତି ପାଇଁ ପୂବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୪୨କୋଟି ଟଙ୍କାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସୋମବାର ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଡେପୁଟି କଲେକ୍ଟର ତଥା ଜିଲା ଭୂର୍ଜନ ଅଧିକାରୀ କାର୍ତିକନାଥ ମଣ୍ଡଳ, ଚାନ୍ଦବାଲି ତହସିଲିଦାର ଅଶ୍ୱନି କୁମାର ଭୂୟାଁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ପୀଠରେ ପହଁଚି ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ତୁରନ୍ତ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଶେଷକରି ମନ୍ଦିର ବେଢାର ଚତୁଃପାର୍ଶ୍ୱ , ମୁଖ୍ୟ ବଜାର, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱର ସମ୍ପ୍ରସାରଣ ପାଇଁ ପୂର୍ବରୁ ହୋଇଥିବା ଜମି ଚିହ୍ନଟ ଠିକ ଭାବରେ ହୋଇନଥିବା କେତେକ ବିସ୍ଥାପିତ ଅଭିଯୋଗ କରିଥିଲେ। ଯାହାର ପୂନଃ ମାପଚୁପ କରାଯିବା ସହ ମୂଲ୍‌ଯାଙ୍କନ କରାଯିବ ବୋଲି ଜିଲାପାଳ ଶ୍ରୀ ରାଉତରାୟ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଏକ କମିଟ ଗଠନ କରାଯାଇ ଜମି ଅଧିଗ୍ରହଣ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ପରେ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ପୂର୍ବ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଶିବପ୍ଲାଜା, ୧ହଜାରରୁ ଉର୍ଦ୍ଧ ଚାରିଚକିଆ ଓ ୨ଚକିଆ ଯାନ ରହଣୀ ପାଇଁ ଗାଡିପାର୍କିଂ ସ୍ଥଳ ବୁଲି ଦେଖିବା ସହ ବାକି ଥିବା କାମ ତୁରନ୍ତ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏଥିସହ ଚଳିତମାସ ଶେଷ ସୁଧା ଶିବଗଙ୍ଗା ପୁଷ୍କରିଣୀ ପାବଛ, ସୁରକ୍ଷା ପ୍ରାଚେରୀ କାର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।