Odiapua.com

ଆଖଣ୍ଡଳମଣିଙ୍କ ସମସ୍ତ ସ୍ୱର୍ଣ୍ଣାଳଙ୍କାର ଓ ଆସବାପତ୍ରର ଦାୟିତ୍ୱଭାର ନେଲେ ଭଦ୍ରକ ନୂଆ ଉପଜିଲାପାଳ, ମନ୍ଦିରର ଭିତିଭୂମୀ ଓ ରକ୍ଷଣାବେକ୍ଷଣା ଉପରେ ଗୁରୁତ୍ୱ ଦିଆଯିବ

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ନୂଆ ଉପଜିଲାପାଳ ଭାବେ ଅବସ୍ଥାପନ କରିଥିବା ସୌରଭ ଚକ୍ରବର୍ତୀ ଆଜି ସନ୍ଧ୍ୟାରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପହଁଚି ଦର୍ଶନ କରିବା ସହ ସେବାୟତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ବେଢା ପରିକ୍ରମା କରି ମଣିବାବାଙ୍କ ମନ୍ଦିର ବାବଦରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ପରମ୍ପରା ଅନୁଯାୟୀ ଟ୍ରଷ୍ଟି ଭାବେ ବଦଳି ହୋଇଥିବା ଉପଜିଲାପାଳ ମନୋଜ ପାତ୍ର ନୂଆ ଉପଜିଲାପାଳ ଶ୍ରୀ ଚକ୍ରବର୍ତୀଙ୍କୁ ମନ୍ଦିରର ଗଛିତ ଥିବା ସ୍ୱର୍ଣ୍ଣାଳଙ୍କାର, ରୂପା, ପିତଳ, ତମ୍ବା, କଂସା ଆଦି ସମେତ ସମସ୍ତ ଆସବାପତ୍ର ଦାୟୀତ୍ୱ ପ୍ରଦାନ କରିଥିଲେ। ଏଥିପାଇଁ ମନ୍ଦିରର ସମସ୍ତ ଟ୍ରଷ୍ଟବୋର୍ଡ ସଭ୍ୟ କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକ, କାର୍ଯ୍ୟନିର୍ବାହି ଅଧିକାରୀ ବିଦ୍ୟାଧର ପଲାଇ, ପରିଚାଳକ ସୁଧାକର ବିଶ୍ୱାଳ, ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ, ସଭ୍‌ଯ ସରୋଜ ଦାସ ପ୍ରମୁଖଙ୍କ ଦ୍ୱାରା ମଣିବାବାଙ୍କ ରତ୍ନଭଣ୍ଡାର ଘର ଖୋଲାଯାଇ ସ୍ୱର୍ଣ୍ଣାଳଙ୍କାର ଆଦି ଓଜନ କରାଯାଇଥିଲା। ପରେ ରେକର୍ଡ ସହ ସମାନ ହୋଇଥିବାରୁ ସମସ୍ତ ରେକର୍ଡ ଦସ୍ତାବିଜ ଆଦି ନୂଆ ଉପଜିଲାପାଳ ଶ୍ରୀ ଚକ୍ରବର୍ତୀ ଦାୟୀତ୍ୱଭାର ଗ୍ରହଣ କରିଥିଲେ। ପରେ ମନ୍ଦିର କାର୍ଯ୍ୟାଳୟରେ ଶ୍ରୀ ଚକ୍ରବର୍ତୀ କହିଥିଲେକି ମଣିବାବାଙ୍କ ପୀଠ ରାଜ୍ୟର ର ବହୁ ପୁରାତନ ଶୈବପୀଠ ଏହିପୀଠର ଭିତିଭୂମୀ ଓ ରକ୍ଷଣାବେକ୍ଷଣା ଉପରେ ଗୁରତ୍ୱ ଦିଆଯିବ। ଏହି ଦାୟୀତ୍ୱଗ୍ରହଣ ସମୟରେ ମନ୍ଦିରର ବହୁ ସେବାୟତଙ୍କ ସହ ଆରଡି ଆର.ଆଇ ଦେବାଶିଷ ରାୟ, ଫାଣ୍ଡି ଅଧୀକାରୀ ଆର.କେ ମହାନ୍ତି ଓ ମନ୍ଦିରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।