ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ମହୋତ୍ସବ ଆସନ୍ତା ୩୧ରେ ବୈଦିକ ରୀତିନୀତି ଓ ଲୋକାଚାରରେ ପାଳନ ହେବ। ଏଥିପାଇଁ ଭଦ୍ରକ ଜିଲାପାଳ ତଥା ଶିବବିବାହ ଉତ୍ସବର ଅଧ୍ଯକ୍ଷ ଦିଲିପ ରାଉତରାୟଙ୍କ ଅଧ୍ଯକ୍ଷତାରେ ଜିଲାସ୍ତରୀୟ ବୈଠକ ଶୁକ୍ରବାର ଜିଲାପାଳଙ୍କ ସମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିରିକ୍ତ ଜିଲାପାଳ ସାନ୍ତୁନକୁମାର ମହାନ୍ତି, , ଏଏସପି ସମ୍ପଦ ମାଝି, ଜିଲାପରିଷଦ ଅଧ୍ଯକ୍ଷ ପ୍ରଫୁଲ ଜେନା, ଜିଲାପ୍ରକଳ୍ପ ନିର୍ଦେଶକ ସୁବେନ୍ଧୁ କୁମାର ସାମଲ, ଉପଜିଲାପାଳ ତଥା ମନ୍ଦିର ମ୍ଯାନେଜିଂଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତୀ, ଡେପୁଟିକଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ମନ୍ଦିରର ଟ୍ରଷ୍ଟର ସଭ୍ଯ ତଥା କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ, ଜନପ୍ରତିନିଧି ସରୋଜ ଦାସଙ୍କ ସହ ମନ୍ଦିରର ବରିଷ୍ଠ ସେବାୟ, ଜିଲାର ସମସ୍ତ ବିଭାଗର ପ୍ରଦାଧିକାରୀ ଯୋଗ ଦେଇଥିଲେ। ବିବାହ ଉତ୍ସବରେ ହେବାକୁ ଥିବା ନୀତିକାନ୍ତି ସର୍ମ୍ପକରେ ସେବାୟତ ବିଜୟକୁମାର ଦାଶ ସୂଚନା ଦେଇଥିଲେ। ଚଳିତମାସ ୧୨ରେ ପବିତ୍ର ଚନ୍ଦନପୂର୍ଣ୍ଣିମା ଦିନ ଶିବ ବିବାହ ନିମନ୍ତେ ଶୁଭଲଗ୍ନ ଅନୁଷ୍ଠିତ ହେବା ସହ ୩୦ରେ ମଙ୍ଗଳପାଗ ଓ ୩୧ରେ ଦେବଦମ୍ପତ୍ତିଙ୍କ ବିବାହ ମହା ଆଡମ୍ବର ସହ ପାଳିତ ହେବ। ଏଥିପାଇଁ ପୀଠରେ ୨ଦିନ ଧରି ନିରବିଛିନ୍ନ ବିଦ୍ଯୁତସେବା ସହ ପାନୀୟଜଳ ଯୋଗାଣ, ୨୪ଘଣ୍ଟିଆ ସ୍ୱାସ୍ଥ୍ଯସେବା , ପରିମଳ ଆଦି ଉପରେ ଆଲୋଚନା କରାଯାଇଥିଲା। ବିବାହ ଉତ୍ସବରେ ବରଧରା ଶୋଭାଯାତ୍ରା ଓ ବରାନୁଗମନ ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ନିମନ୍ତେ ବ୍ଯାପକ ପୁଲିସ ଫୋର୍ସ ମୃତ୍ଯୟନ ରହିବେ। ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଜିଲାର ଲୋକବାଦ୍ଯ ଓ ଲୋକନୃତ୍ଯ ଦଳଙ୍କୁ ଅଗ୍ରିମ ବରାଦ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତାହାସହ ସଂସ୍କୃତି ବିଭାଗ ପକ୍ଷରୁ ଶୋଭାଯାତ୍ରାରେ ଲୋକନୃତ୍ଯ ଆଦି ଯୋଗାଇ ଦିଆଯିବା ପାଇଁ ଜିଲା ସଂସ୍କୃତି ଅଧିକାରୀଙ୍କୁ ଦାୟୀତ୍ୱ ଦିଆଯାଇଥିଲା। ଉକ୍ତ ବୈଠକରେ ସେବାୟତ ଆଶିଷ ପାଢୀ, ସଂଜୟ ପାଢୀ, ଅରବିନ୍ଦ ପାଢୀ, ଲଲାଟକିଶୋର ପାଢୀ, ଦେବଦତ୍ତ ପାଢୀ, ଶିବାନନ୍ଦ ପାଢୀ ପ୍ରମୁଖଙ୍କ ସହ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଉପସ୍ଥିତ ଥିଲେ।