Odiapua.com

ଆଖଣ୍ଡଳମଣିଙ୍କ ରୋଷଶାଳ ଚୁଲାରେ ପଶିଲା ବର୍ଷାପାଣି

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରର ରୋଷଶାଳ ଚଟାଣରୁ ସର୍ତ ପଡିବା ଫଳରେ ରୋଷଶାଳାରେ ଥିବା ୫ଟି ଚୁଲିରେ ପାଣି ପଶିଯାଇଥିଲା। ଫଳରେ ନୀତିଭୋଗ ପ୍ରସ୍ତୁତିରେ ବିଳମ୍ବ ଦେଖାଦେଇଥିଲା। ଏପରିକି ସକାଳ ପହିଲି ନୀତିକାନ୍ତ ପହଡଖିଆ ଅନ୍ନନୀତି ୯ଟାରେ ସଂପନ୍ନ ହେବା କଥାହେଲେ ଚୁଲାରେ ପାଣି ପଶିଥିବାରୁ ତାହା କିଛି ସମୟ ବିଳମ୍ବରେ ସମାପନ କରିଥିଲେ ପାଳିଆ ସେବାକାରୀ। କିଛି ସେବାୟତ ଚୁଲିରେ ପାଣି କାଢିବା ପରେ ଅନ୍ୟ ନୀତିଭୋଗ ସହ ବଡଭୋଗ ପ୍ରସ୍ତୁତି କରାଯାଇଥିଲା। ରୋଷେୟା ସେବାକାରୀଙ୍କ କହିବା ଅନୁଯାୟୀ ରୋଷଶାଳା ଚଟାଣର ଅନେକ ସ୍ଥାନରେ ଗର୍ତ ସୃଷ୍ଟି ହୋଇଥିବାରୁ ବ୍ୟବହୃତ ଜଳ ସିଧାସଳଖ ଚୁଲିରେ ପ୍ରବେଶ କରିବାରୁ ଏପରି ସମସ୍ୟା ବାରମ୍ବାର ଦେଖାଦେଉଛି। ଏପରି ସମସ୍ୟା ବାବଦରେ ମନ୍ଦିର ସହ ପରିଚାଳକ ସୁଧାକର ବିଶ୍ୱାଳଙ୍କୁ ପଚାରିବାରୁ ବର୍ଷା ଛାଡିବା ପରେ ମରାମତି କରାଯିବ ବୋଲି କହିଥିଲେ।