ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିକ୍ରମା ମାର୍ଗ ପାଇଁ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ଆସନ୍ତା ରବିବାର ଯାଏଁ ଜାରି ରହିବ ବୋଲି ଭଦ୍ରକ ଉପଜିଲାପାଳ ସୌରଭ ଚକ୍ରବର୍ତୀ କହିଛନ୍ତି। ଉଛେଦ ପ୍ରାରମ୍ଭରୁ ବିସ୍ଥାପିତମାନେ ଥଇଥାନ ପାଇଁ ଜମି ବଦଳରେ ଜମି ଦେବା ପାଇଁ ଦାବି କରିବା ସହ ଉଛେଦ ପ୍ରକ୍ରିୟା ପାଇଁ ସମୟ ଦେବା ପାଇଁ ଦାବି କରିଥିଲେ। ଏପରିକି କିଛି ସମୟ ପାଇଁ ଉଛେଦ କାର୍ଯ୍ୟରେ ବିଳମ୍ବ ଦେଖା ଦେଇଥିଲା। ବିଗତ ୩ ବର୍ଷ ତଳେ ପୂର୍ବ ସରକାରଙ୍କ ପକ୍ଷରୁ ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ ସହ ପୀଠର ପରିକ୍ରମା ମାର୍ଗ ନିମନ୍ତେ ଯୋଗାଇ ଦେଇଥିଲେ ୪୨କୋଟି ଟଙ୍କା। ଉକ୍ତ ଟଙ୍କାରୁ ୧୪କୋଟି ଟଙ୍କାର ସୁଉଚ୍ଚ ୪୨ଫୁଟର ଶିବ ମୂର୍ତି ସହ ଗାଡ଼ି ପାର୍କିଂ, ଶିବଗଙ୍ଗା ପୁଷ୍କରିଣୀର ଉନ୍ନତି କରଣ କରାଯାଇଥିବା ବେଳେ ପରିକ୍ରମା ମାର୍ଗ ପାଇଁ ମନ୍ଦିର ଚତୁଃପାର୍ଶ୍ୱ ଓ ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ୱରୂ ୯୮ ପରିବାରଙ୍କୁ ବିସ୍ଥାପିତ ପାଇଁ ୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ହେଲେ ୨୦୨୪ମସିହାରେ ସରକାର ବଦଳିବା ପରେ ପରିକ୍ରମା ମାର୍ଗ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକ ଓ ସେବାୟତଙ୍କ ଦାବି ପରେସ ଏବେ ପରିକ୍ରମା ମାର୍ଗ ନିମନ୍ତେ ବିସ୍ଥାପିତ ପରିବାରଙ୍କର ଘର ଉଛେଦ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ୟ ତ୍ୱରାନ୍ୱିତ କରାଯିବା ସହ ଆସନ୍ତା ୫ଦିନ ମଧ୍ୟରେ ସାରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବିସ୍ଥାପିତଙ୍କୁ ସରକାରୀ ଆଇନ ଅନୁଯାୟୀ ସମସ୍ତ ପ୍ରକାର ୍ୱ୍ୟବସ୍ଥା ସହ ଥଇଥାନ ପାଇଁ ଜମି ଓ ସମୟ ଦିଆଯାଇନଥିବାରୁ ଉଛେଦ ଆରମ୍ଭରୁ ବିସ୍ଥାପିତଙ୍କ ବିରୋଧ ଦେଖା ଦେବା ସହ ଆଉ କିଛିଦିନ ସମୟ ଦେବା ପାଇଁ ଦାବି କରିଥିଲେ ବିସ୍ଥାପିତ। ଆଜି ଉଛେଦ ସମୟରେ ଜିଲା ପ୍ରଶାସନିକ ଅଧିକାରୀ ଉପଜିଲ୍ଲାପାଳ, ଅତିରିକ୍ତ ଏସପି ଅଂଶୁମାନଦ୍ୱେି୍ୱଦୀ , ଚାନ୍ଦ୍ୱାଲି ତହସିଲଦାର ଭ୍ୱତୋଷ ମଲିକ, ଧାମନଗର ଏସଡିପିଓ ଅନିରୂଧଙ୍କ ସହ ବ୍ୟାପକ ପୋଲିସ ମୃତୟନ ରହିଥିଲେ।