Odiapua.com

ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତ ତଥା ସ୍ୱର୍ଗତ ଗୋକୁଳାନନ୍ଦ ବଡପଣ୍ଡାଙ୍କ ପୁତ୍ର ପରିକ୍ଷିତ ପାଢୀ(ସାଧୁନନା)ଙ୍କର ଗତ ଗୁରୁବାର ରାତିରେ ହୃଦଘାତରେ ପରଲୋକ ଘଟିଛି। ସ୍ୱର୍ଗତ ପରିକ୍ଷିତ ଦୀର୍ଘଦିନ ହେବ ଶରୀର ଅସୁସ୍ଥତା ଯୋଗୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଗୁରୁବାର ଯନ୍ତ୍ରଣା ଜନିତ ଅଧିକ ଗୁରୁତର ହୋଇପଡିବା ସହ ପରଲୋକ ଘଟିଥିଲା। ସ୍ୱର୍ଗତ ପରିକ୍ଷିତ ଦୀର୍ଘ ୩୫ଦ୪୦ବର୍ଷ ଧରି ମଣିବାବାଙ୍କର ସେବାପୂଜା କରି ଆସୁଥିଲେ। ତାଙ୍କର ମୃତ୍ୟୁକୁ ନେଇ ଆରଡିପୀଠରେ ଶୋକର ଛାୟା ଖେଳିଯାଇଥିଲା। ପରିକ୍ଷିତଙ୍କ ମୃତ୍ୟୁ ସମୟରେ ପରିବାର ଲୋକ ଉପସ୍ଥିତ ଥିଲେ। ପରେ ନିଜ ବାସଭବନ ନିକଟରେ ଶୁକ୍ରବାରଦିନ ଅନ୍ତିମ ସଂସ୍କାର କରାଯାଇଥିଲା।