Odiapua.com

ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶ୍ୱଶାନ୍ତି ଗୀତା ଯଜ୍ଞ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ୭ଦିନ ବ୍ୟାପି ବିଶ୍ୱଶାନ୍ତି ଗୀତା ଯଜ୍ଞ ଅନୁଷ୍ଠିତ ହେଉଅଛି। ଏହି ଯଜ୍ଞ ଆସନ୍ତା ମାର୍ଗଶୀର ପୂର୍ଣ୍ଣିମା ଯାଏଁ ଚାଲିବ। ପ୍ରତିଦିନ ଭୋର ଯଜ୍ଞ ମଣ୍ଡପରେ ମଙ୍ଗଳ ଆଳତୀ ସହ ମହାସ୍ନାନ, ପଂଚ ଉପଚାର ପୂଜା, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ସମ୍ପନ୍ନ ହେବା ପରେ ଭଗବତ ଗୀତାର ପ୍ରତି ଶ୍ଳୋକରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଘୃତ, ସହୀଦ, ବିଭିନ୍ନ ଫଳ ଆଦି ଆହୁତି ପ୍ରଦାନ କରାଯାଉଛି। ଏହାସହ ସଂଧ୍ୟାରେ ହରିହର ଭେଟ ସହ ସଂଧ୍ୟା ପୂଜା ଓ ଆଳତୀ ଅନୁଷ୍ଠିତ ହେଉଅଛି। ନାମ ସଂକୀର୍ତନ ସହ ପ୍ରବଚନ, ପାରାୟଣ କରାଯାଉଛି। ଆସନ୍ତା ଗୁରୁବାର ଯଜ୍ଞ କୁଣ୍ଡରେ ପୂର୍ଣ୍ଣ ଆହୁତି ସହ ନଗର କିର୍ତନ କରାଯିବ।