Odiapua.com

ଆଖଣ୍ଡଳମଣିଙ୍କ ମନ୍ଦିରରେ ଜୟଦୁର୍ଗାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ : ପ୍ରଥମ ଦିନରେ ଗୌରୀ ବେଶରେ ସଜ୍ଜିତ ହେଲେ ମା

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାର ପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କର ଆଜି ପବିତ୍ର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ପୂଜା। ଚଳିତବର୍ଷ ମହାମାରୀ କରୋନା ପାଇଁ ଦୀର୍ଘମାସ ହେବ କଟକଣା ଜାରି ରହିଥିବାରୁ ସେବାୟତମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାକ୍ସ ପରିଧାନ କରି ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଆଶ୍ୱିନମାସ ମଳମାସ ପଡୁଥିବାରୁ ଚଳିତଥର ୪୫ଦିନ ଧରି ଅର୍ଥାତ ଅକ୍ଟୋବର ୨୪ ଦଶହରା ଯାଏଁ ପୂଜା ଚାଲିବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି। ଆଜି ପ୍ରଥମ ଦିନରେ ମାଙ୍କୁ ଗୈାରୀ ବେଶରେ ସଜ୍ଜିତ କରାଯିବା ସହିତ ମଙ୍ଗଳ ଆଳତୀ, ମାର୍ଜନା, ମହାସ୍ନାନ, ଘଟ ଉତ୍ତୋଳନ, ଦ୍ୱାରପାଳ ପୂଜା ଆଦି ଅପରାହ୍ଣ ସୁଧା ସରିବା ପରେ ଚଣ୍ଡୀପାଠ, ଷୋଡଶ ନୀତି, ହୋମ ଆଦି ସମ୍ପନ୍ନ କରାଯାଇଥିଲା। ଏହିପରି ଦୈନଦିନ ମାଙ୍କ ପୂଜା ମଣ୍ଡପରେ କୋଭିଡ-୧୯ର କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ମଧ୍ୟରେ ମାଙ୍କର ପୂଜାର୍ଚ୍ଚନା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତାହାସହ ପୂର୍ବପରି ମନ୍ଦିର ମଧ୍ୟକୁ କୈାଣସି ଭକ୍ତମାନେ ଯେପରି ପ୍ରବେଶ ନକରିବେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରକାଶ ପାଇଛି।