Odiapua.com

ଆଖଣ୍ଡଳମଣିଙ୍କ ବେଢାରେ ଗୋବର ପାଣି ପକାଇବା ଓ ଶୋଭାଯାତ୍ରାକୁ ବିରୋଧ କଲେ ସେବାୟତ

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା ଓ ଦର୍ଶନ ପାଇଁ ଆସିଥିବା୫ ଟି ତଥା ଆମ ଓଡ଼ିଶା, ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ପରିଦର୍ଶନ ପରେ ନିର୍ଦ୍ଦିଷ୍ଟ କିଛି ସେବାୟତ ଅନ୍ୟ ବର୍ଗର ଲୋକ ତାଙ୍କ ମନ୍ଦିର ପ୍ରବେଶକୁ ବିରୋଧ କରିବା ସହ ବେଢାରେ ସ୍ଲୋଗାନ ଦେଇ ଗୋବର ପାଣି ଛିଞ୍ôଚ ଶୋଧନ କରିôଥଲେ । ମନ୍ଦିର ନିୟମ ଉଲ୍ଲଂଘନ ପୂର୍ବକ ଏଭଳି କାର୍ଯ୍ୟକୁ ମନ୍ଦିର ସେବାୟତ ସଂଘର ସେବାୟତମାନେ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଗୁରୁବାର ମନ୍ଦିରର କିଛି ସେବାୟତ ପଶ୍ଚିମ ଦ୍ୱାର ସମ୍ମୁଖରେ ଗତକାଲି ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଓ ପାଣ୍ଡିଆନଙ୍କ ପ୍ରବେଶକୁ ବିରୋଧ କରି ନାରାବାଜି ଦେବା, ମନ୍ଦିର ଆଇନ୍ ଉଲ୍ଲଂଘନ ବୋଲି ସଂଘ ଅଭିଯୋଗ କରିଛି । ଏବଂ ଏଭଳି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଅଭିଯୋଗ ପତ୍ର ଦେବେ ବୋଲି କହିଛନ୍ତି । ଏଥିସହ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଉପରେ ଯେଉଁମାନେ ବାଧକ ସାଜୁଛନ୍ତି ଏବଂ ନିୟମ ଭାଙ୍ଗି ମନ୍ଦିର ବେଢାରେ ରାଜନୈତିକ ଶୋଭାଯାତ୍ରା ଭିଆଉଛନ୍ତି, ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସେବାୟତମାନେ କହିଛନ୍ତି ।