Odiapua.com

ଆଖଣ୍ଡଳମଣିଙ୍କ ପୀଠ ନବନିର୍ମିତ ସାଇନ୍ସ ପାର୍କର ଅନୁଧ୍ୟାନ କଲେ ରାଜ୍ୟ ବିଜ୍ଞାନ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ, ଖୁବଶୀଘ୍ର ଆରମ୍ଭ ହେବ ଅଟକି ରହିଥିବା କାର୍ଯ୍ୟ

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭଦ୍ରକ ଜିଲା ଆଖଣ୍ଡଳମଣିଙ୍କ ପୀଠରେ ଶନିବାର ନବନିର୍ମିତ ସାଇନ୍ସ ପାର୍କର ଅନୁଧ୍ୟାନ କରିଥିଲେ ରାଜ୍ୟ ବିଜ୍ଞାନ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁଗ୍ରାମଙ୍କ ସହ ଏକ ୫ଜଣିଆ ପ୍ରତିନିଧି ଦଳ । ପୂର୍ବ ସରକାରଙ୍କ ଦ୍ୱାରା ଆଖଣ୍ଡଳମଣି ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ଆକୃଷ୍ଟ ନିମନ୍ତେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାକୁ ନେଇ ପାଖାପାଖି ୬କୋଟି ଟଙ୍କା ବ୍ୟୟବରାଦ କରାଯାଇ ଏକ ସାଇନ୍ସି ପାର୍କ ଆରଡି ପୀଠରେ ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟର କୋଠରୀ ପୂର୍ଣ୍ଣାଙ୍ଗ ସରିଥିବା ବେଳେ ସାଇନ୍ସି ପାର୍କ ନିମନ୍ତେ ଆନୁସଙ୍ଗିକ ଜିନିଷ ପାତି ଆସିନଥିବା ବେଳେ ପାର୍କ ଚତୁପାର୍ଶ୍ୱ କାର୍ଯ୍ୟ ହୋଇନଥିବା ସଚିବଙ୍କ ସହ ଅନ୍ୟ ପ୍ରଦାଧିକାରୀ ବୁଲି ଦେଖିବା ସହ ଦୀର୍ଘ ସମୟ ଧରି ବିଭାଗୀୟ ଅଧିକାରୀ ଓ ଜିଲାପାଳଙ୍କ ସହ ଆଲୋଚନା କରି କହିଥିଲେ କି ଏଥିପାଇଁ ପୁନଃ ଅର୍ଥ ମଞ୍ଜୁର କରାଯାଇ ଖୁବଶିଘ୍ର କାର୍ଯ୍‌ଯ ଆରମ୍ଭ ହେବ। ସଚିବଙ୍କ ଅନୁଧ୍ୟାନ ସମୟରେ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ , ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଚାନ୍ଦବାଲି ବିଡିଓ ସଞ୍ଜିବ ମହାପାତ୍ର , ତହସିଲିଦାର ଭବତୋଷ ମଲିକ ରାସ୍ତା ଗୃହ ନିର୍ମାଣ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଯାଇ ବାବାଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ଓ ପାରିପାର୍ଶ୍ୱିକ ବୁଲି ଦେଖିଥିଲେ।