Odiapua.com

ଆକ୍ରମଣ ଓ ଡକାୟତି ମାମଲାରେ ୧୨ଜଣ ଯୁବକ ଗିରଫ

ମାଲକାନଗିରି,୧୦ା୭ ( ଓଡିଆ ପୁଅ )କରୋନା ମାମାରି ସମୟରେ ଅନେକ ଯୁବକ ବେରୋଜଗାର ହୋଇ ବେକାରୀ ପାଲଟି ଯାଇଥିବା ବେଳେ କିଛି ଅର୍ଥ ରୋଜଗାର କରିବା ପାଇଁ କିଏ କେଉଁ ବାଟ ରେ ଚାଲିଯାଇଛନ୍ତି । ଏମିତି କିଛି ଯୁବକ ଅର୍ଥ ରୋଜଗାର କରିବା ଲାଳସାରେ ଅପରାଧ ବାଟକୁ ଆଦରି ନେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗରି ଜିଲ୍ଲା ପଡିଆ ଥାନା ଅଚଂଳରେ । ପଡିଆ ଥାନାସ୍ଥ ଏମଭି୫୯ ଗ୍ରାମର ପ୍ରେମାନନ୍ଦ ବିଶ୍ୱାସ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା କୋଟାଂ ବଜାରକୁ ଗତ ୩ତାରିଖରେ ଯାଇଥିବା ସମୟରେ ସେଠାରେ ୧୨ଜଣ ଯୁବକ ତାଙ୍କୁ ମାଡମାରି ତାଙ୍କ ଠାରୁ ୨୫ହଜାର ଟଙ୍କା ମୋବାଇଲ ଫୋନ, ବୁଲେଟ ମଟର ସାଇକେଲ ଲୁଟିନେଇଥିଲେ । ଏହି ଆକ୍ରମଣରେ ପ୍ରେମାନନ୍ଦଙ୍କ ହାତ ଭାଙ୍ଗି ଯାଇଥିଲା , ସେ ବହୁକଷ୍ଟରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ନିଜଘରକୁ ଫେରିଆସିଥିଲେ । ଏ ନେଇ ସେ ଗତ୬ତାରିଖରେ ପଡିଆ ଥାନାରେ ଏକ ଏତଲା ଦାୟର କରିଥିଲେ । ପଡିଆ ଥାନା କେସ ନମ୍ବର ୩୮/୨୦୨୧ ରେ ଆନୁଯାଇ ଏକ ମାମଲାରୁଜୁ କରି ପଡିଆ ଥାନା ପୁଲିସ ତଦନ୍ତ ଆରମ୍ଭ କରିଦେଇଥିଲେ । ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଙ୍କ ନେତୃତ୍ୱରେ ସବ ଇନିସପେକ୍ଟର ବିଜୟ କୁମାର ବେନିୟା ଓ ଅନ୍ୟାନ ପୁଲିସ ଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କାର୍ଡଟିମ ଗଠନ କରାଯାଇଥିଲା , ଏହି ଟିମ ବିଭିନ୍ନ ସ୍ଥାନରେ ଛପାମାରି ସେହି ଦୁବୃ ର୍ତ ମାନଙ୍କୁ ଖୋଜିଥିଲେ । ଏମଭି୫୯ ଗ୍ରାମ ଉପରେ ଚଢଉକରି ସେହି ଗ୍ରାମରୁ ୧୨ଜଣ ଯୁବକଙ୍କୁ ଏହି ଡକାୟତୀ କେସରେ ଗିରଫ କରିଛନ୍ତି , ପ୍ରେମାନନ୍ଦ ଙ୍କ ଉପରେ ଆକ୍ରମଣ ଓ ଡକାୟତୀ ମାମଲାରେ ଏମଭି୫୯ ଗ୍ରାମର ବିଶ୍ୱଜିତ ମଣ୍ଡଳ,ନନିଗୋପାଳ ପାଣ୍ଡେ,ଶିବାଜୀ ବୋଷ,ପ୍ରକା ସନା,ରଜିଂତ ବିଶ୍ୱାସ, ସୁଜିତ ମଣ୍ଡଳ,ସୁଜୟ ମଣ୍ଡଳ,ବିଧାନ ପାଣ୍ଡେ,ବିଦ୍ୟୁତ ପାଣ୍ଡେ,ଅଖିଲ ପାଣ୍ଡେ,ରାମଚନ୍ଦ୍ର ପାଣ୍ଡେ,ଲ କ୍ଷମଣ ପାଣ୍ଡେ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଜ୍ଝଣ କରାଯାଇଛି ବୋଲି ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ସୁଚନା ଦେଇଛନ୍ତି ।