Odiapua.com

ଆକ୍ରମଣ ଅଭିଯୁକ୍ତ ନିର୍ମଳ ଓଝାଙ୍କୁ ମୋଟ ୩ ବର୍ଷ କାରାଦଣ୍ଡ ସହ ୬,୫୦୦ ଟଙ୍କା ଜରିମାନା ମାମଲାର ପରିଚାଳନା କରୁଥିଲେ ସରକାରୀ ଆଇନଜୀବୀ ଚନ୍ଦନ ସ୍ୱାଇଁ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ହାଟଡିହି ଜ.ଏମ. ଏଫ. ସି ଅଦାଲତ ର ବିଚାରପତି ସୌରଭ ଶର୍ମା ଜି. ଆର କେସ ନଂ – ୪୬୦/୨୦୧୦ ମାମଲା ର ବିଚାର କରି ରାୟ ପ୍ରଦାନ କରିଛନ୍ତି । ନନ୍ଦୀପଦା ଥାନା ଅଧୀନ ନୂଆରମ୍ପାସ ଅଂଚଳ ରେ ୧୭.୧୦.୨୦-୧୦ରେ ଏହି କେସ ର ଏତଲାକରି ମହେଶ୍ୱର ସୁତାର ଙ୍କର ଭାଇ ଲକ୍ଷ୍ମଣ ସୁତାର ଙ୍କୁ ଏହି କେସ ର ମୁଦାଲା ମାନେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିଥିଲେ। ସେଥିପାଇଁ ନନ୍ଦିପଦା ଥାନା ରେ ପି.ଏସ କେସ ନଂ – ୭୧/୨୦୧୦ ଆଧାର ରେ ଏକ ମାମଲା ରୁଜୁ ହୋଇ କୋର୍ଟ ରେ ବିଚରାଧୀନ ଥିଲା। ମାନ୍ୟବର ଅଦାଲତ ସମସ୍ତ ସାକ୍ଷୀ ପ୍ରମାଣ ଏବଂ ଇଞ୍ଜୁରୀ ରିପୋର୍ଟ କୁ ଭିତିକରି ଆଜି ଅଭିଯୁକ୍ତ ନିର୍ମଳ ଓଝା କୁ ଭାରତୀୟ ଦଣ୍ଡବିିଧି ଆଇନ ର ଧାରା ୩୪୧,୩୨୩,୩୨୫ ଅନୁସାରେ ରେ ଦଣ୍ଡ ପ୍ରଦାନ କରିଛନ୍ତି। ଧାରା -୩୪୧ ଅନୁସାରେ ଦୋଷୀ କୁ ୫୦୦ ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୭ ଦିନ ସରଳ ଜେଲ ଦଣ୍ଡ ଏବଂ ଧାରା – ୩୨୩ ଅନୁସାରେ ଦୋଷୀକୁ ୧ ବର୍ଷ ଦଣ୍ଡା ଦେଶ ସହିତ ୧୦୦୦ ଟଙ୍କା ଜୋରିମାନା ଓ ଜୋରିମାନା ଅନା ଦେୟେ ୧୦ ଦିନ ସରଳ କାରାଦଣ୍ଡାଦେଶ ଏବଂ ଧାରା – ୩୨୫ ଅନୁସାରେ ଦୋଷୀକୁ ୨ ବର୍ଷ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ୩୦ ଦିନ ସରଳ କାରାଦଣ୍ଡଦେଶ ପ୍ରଦାନ କରିଛନ୍ତି । ଅଦାଲତ ସମସ୍ତ ୩ ବର୍ଷ ଦଣ୍ଡ ଓ ଜୋରିମାନା କୁ ଏକା ସମୟରେ ଦୋଷୀ କୁ ଭୋଗ କରିବାକୁ ରାୟ ପ୍ରଦାନ କରିଛନ୍ତି ।ଘଟଣାରୁ ପ୍ରକାଶ ଏହିକି ଯେ, ସରକାର ଙ୍କର ତରଫରୁ ଏହି ଅପରାଧିକା ମାମଲା କୁ ଓଡିଶା ପ୍ରୋସିକ୍ୟୁସନ ସର୍ଭିସ – ୨୦୨୨ ବ୍ୟାଚ ର କ୍ୟାଡ଼ର ସରକାରୀ ଆଇନଜୀବୀ ଚନ୍ଦନ କୁମାର ସ୍ୱାଇଁ ପରିଚାଳନା କରୁଥିଲେ । କେନ୍ଦୁଝର ଜିଲ୍ଲା ଲୋକ ଅଭିଯୋଗ ନିର୍ଦ୍ଦେଶାଳୟ ସରକାରୀ ଅଧିବକ୍ତା ଚନ୍ଦନ କୁମାର ସ୍ୱାଇଁ ଙ୍କୁ ମାମଲାର ବିଚାର, ଯୁକ୍ତି ଓ ଦଣ୍ଡ ଶୁଣାଣି ସମୟରେ ମୂଲ୍ୟବାନ ମାର୍ଗଦର୍ଶନ ପ୍ରଦାନ କରିଥିଲେ।