Odiapua.com

ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି : ଫନି ପାଇଁ ଆଉ ୧ ହଜାର କୋଟି ଟଙ୍କା ମଞ୍ଜୁର କଲେ

ଭୁବନେଶ୍ୱର ୬-୫ (ଓଡ଼ିଆ ପୁଅ) ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତିକୁ ନେଇ ସମୀକ୍ଷା ଏବଂ ଅନୁଧ୍ୟାନ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ମୋଦି ଏକ ସ୍ୱତନ୍ତ୍ର ହେଲିକ୍ୟାଫ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ। ବାତ୍ୟା ଫନିର ତାଣ୍ଡବ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ସହିତ ବିମାନବନ୍ଦରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଆକାଶମାର୍ଗରୁ ମୋଦି ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ପୁରୀ, ଖୋର୍ଦ୍ଧା ବୁଲି ଦେଖିବା ପରେ ଭୁବନେଶ୍ୱରର କିଛି ଅଞ୍ଚଳ ବୁଲି ଦେଖିଛନ୍ତି। ଆକାଶମାର୍ଗରୁ ବୁଲି ଦେଖିବା ପରେ ମୋଦି ବିମାନବନ୍ଦର ଟର୍ମିନାଲରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଟେଲିକମ୍, ଶକ୍ତି, ସ୍ୱାସ୍ଥ୍ୟ ଓ ରେଳ ବିଭାଗର କେନ୍ଦ୍ରୀୟ ଅଧିକାରୀ ମାନେ ଉପସ୍ଥିତ ରହିବା ସହିତ କେନ୍ଦ୍ରୀୟ ଅଧିକାରୀଙ୍କ ସହ ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ବାତ୍ୟା ଫନି ପରେ ଯେଉଁ କ୍ଷୟକ୍ଷତି ହୋଇଛି ସେନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

 

ସୂଚନାଯୋଗ୍ୟଯେ, ଆଜି ସକାଳ ୮ଟା ୩୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଅନ୍ୟ ବରିଷ୍ଠ ନେତା ମାନେ ମୋଦିଙ୍କୁ ସ୍ୱାଗତ କରିଥିଲେ।

 

ଏହାପୂର୍ବରୁ ବାତ୍ୟା ଫୋନି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୪୦ କୋଟିର ଆଗୁଆ ସହାୟତା ରାଶି ଘୋଷଣା କରାଯାଇଥିଲା। କିନ୍ତୁ ଫୋନିର ତାଣ୍ଡବ ଯୋଗୁଁ କେତେ ଟଙ୍କାର ସମ୍ପତି ନଷ୍ଟ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ଏକ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।