Odiapua.com

ଆକାଶବାଣୀ କଟକ କେନ୍ଦ୍ରରେ ଆନ୍ତର୍ଜାତୀକ ମହିଳା ସପ୍ତାହ ପାଳିତ

କଟକ, ୮/୩ (ଓଡ଼ିଆ ପୁଅ/ଅଭୟ ଜେନା) ଚଳିତ ବର୍ଷ ଆନ୍ତର୍ଜାତୀକ ମହିଳା ସପ୍ତାହ ଆକାଶବାଣୀ କଟକ କେନ୍ଦ୍ରରେ ମାହା ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ଦିବସରେ ମହିଳାମାନଙ୍କ ଦ୍ୱାରା ମୁରୁଜ ପ୍ରତିଯୋଗିତା, ଏକକ ଅଭିନୟ, ସଂଗୀତ ଓ ନୃତ୍ୟ ପରିବେଷଣ, ସ୍ୱରଚିତ କବିତାବୃତ୍ତି ଆଦି ଅନୁଷ୍ଠିତ ହୋଇଥିଲା। ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମମୁଖ୍ୟ ତରୁଣ କାନ୍ତି ରାଉତ ଏହାକୁ ଉଦଘାଟନ କରି ଚଳିତ ବର୍ଷର ଥିମ ଲିଙ୍ଗଗତ ସମାନତା ସହିତ ଡିଜିଟାଲ ସକ୍ଷରତାକୁ ଆପଣେଇବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିବିଧଭାରତୀ ଵିଜ୍ଞାପନ ପ୍ରସାରଣ ସେବା ମୁଖ୍ୟ ଚିରଞ୍ଜିବି ରାଉତରାୟ ଅନ୍ୟତମ ଅତିଥିଭାବେ ଯୋଗଦାନ କରିଥିଲେ। ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ଆସୋସିଏଟ ପ୍ରଫେସର ଡ଼ ସଂଯୁକ୍ତା ପାଢୀ କ୍ୟାନ୍ସର ସଚେତନତା ସମ୍ପର୍କରେ ଉପସ୍ଥିତ ମହିଳା ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଆକାଶବାଣୀ କଟକ କେନ୍ଦ୍ରର ଗ୍ରନ୍ଥଗାର ଓ ସୂଚନା ସହାୟକ ଜୟଶ୍ରୀ ପଣ୍ଡାଙ୍କ ତତ୍ୱାବଧାନରେ ଯୋଗ ଶିବିର ପରିଚାଳିତ ହୋଇଥିଲା। ରାଜ୍ୟ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଉପସ୍ଥିତ ମହିଳାଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ହୋଲି ଉତ୍ସବ ପାଳନ କାରାଯାଇ ମହିଳା ସପ୍ତାହ ସମାପନ କରାଯାଇଥିଲା।