Odiapua.com

ଆକାଶବାଣୀରେ ହିନ୍ଦୀ ଦିବସ ପାଳନ

ସମ୍ବଲପୁର, ୧୩/୭ (ଓଡ଼ିଆ ପୁଅ) – ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରର ମୁଖ୍ୟ ଏମ୍.ଆର୍.କେ. ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଆଜିଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି। ନିବନ୍ଧ, ଅନୁବାଦ, ପତ୍ରଲିଖନ, ଆଶୁଭାଷଣ, କବିତାପାଠ, ଟାଇପିଙ୍ଗ୍, ହିନ୍ଦୀ ଲେଖନ ଏବଂ ପ୍ରଶ୍ନମଂଚ ଆଦି ପ୍ରତିଯୋଗିତା ଆଗାମୀ ୧୪ ଦିନ ଭିତରେ କେନ୍ଦ୍ରର କର୍ମଚାରୀ ମାନଙ୍କ ମଧ୍ୟରେ କରାଯିବା। ହିନ୍ଦୀ ପକ୍ଷ ପାଳନ ଅବସରରେ ଗୋଟିଏ କବି ସମ୍ମିଳନୀ ଏବଂ ହିନ୍ଦୀ କାର୍ଯ୍ୟଶାଳା କେନ୍ଦ୍ର ତରଫରୁ ଆୟୋଜନ କରାଯିବ। ଆସନ୍ତା ୨୭ ତାରିଖ ଦିନ ସମାବର୍ତ୍ତନ ଉତ୍ସବରେ ପୁରସ୍କାର ବିତରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ନେଇ ଆଜିର ବୈଠକରେ ସି୍ଥର ହୋଇଛି। କେନ୍ଦ୍ରର ହିନ୍ଦୀ ଅଧିକାରୀ ଦାୟିତ୍ୱରେ ଥିବା କ୍ଷେତ୍ରମଣି ବିଭାର ସ୍ୱାଗତ ଭାଷଣ ଦେବା ସହିତ ହିନ୍ଦୀ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ପ୍ରସାରଭାରତୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶଶୀଶେଖର ଭେମ୍ପଟି ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ଏଫ.ସହରିଆର ଦେଇଥିବା ହିନ୍ଦୀ ବାର୍ତ୍ତା ପାଠ କରାଯାଇଥିଲା। ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଅଫିସ ଛୁଟି ରହୁଥିବାରୁ ଆଜିଠାରୁ ହିନ୍ଦୀ ଦିବସ ସହିତ ହିନ୍ଦୀ ପକ୍ଷ ପାଳନ ପାଇଁ ନିଷ୍ପତି ହୋଇଛି।