Odiapua.com

ଆକାଶବାଣୀରେ ବିଦାୟକାଳୀନ ସମ୍ବର୍ଦ୍ଧନା

ସମ୍ବଲପୁର, ୩୧/୭ (ଓଡ଼ିଆ ପୁଅ) – ଦୀର୍ଘ ୪୦ ବର୍ଷ ଧରି ଆକାଶବାଣୀ ଆଉ ଦୂର୍ ଦର୍ଶନରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଗଗନ୍ ବିହାରୀ କାଲୋ ଆଜି ଚାକିରୀରୁ ଅବସର ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ରିକ୍ରିଏସନ୍ କ୍ଲବ୍ ତର୍ ଫରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ମୁଖ୍ୟ ଏମ୍ .ଆର୍ .କେ. ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବିଦାୟକାଳୀନ ସଭାରେ ସମ୍ବଲପୁର ଦୂରଦର୍ଶନ ଏବଂ ଆକାଶବାଣୀର ଯାନ୍ତ୍ରିକ ମୁଖ୍ୟ ମୋହନ କୃଷ୍ଣ ଦାସ ମୁଖ୍ୟଅତିଥି ଭାବେ ସଭାରେ ଯୋଗ ଦେଇଥିଲେ। ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ଜୟରାମ ମୁଣ୍ଡା, କାର୍ଯ୍ୟକ୍ରମ ନିଷ୍ପାଦକ ମନୋଜ ପୂଜାରୀ ଓ ସନ୍ତୋଷ ପିଙ୍ଗ ସଭାରେ ଉଦ୍ ବୋଧନ ଦେଇ ଗଗନ ବିହାରୀ କାଲୋଙ୍କ ଶୃଙ୍ଖଳିତ ଜୀବନ ଓ ସରକାରୀ କାର୍ଯ୍ୟରେ ତାଙ୍କର୍ ନିଷ୍ଠା ବିଷୟରେ ଆଲୋଚନା କରିଥିଲେ। ଆକାଶବାଣୀ ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ସଭାକୁ ପରିଚାଳନା କରିଥିଲେ। କେନ୍ଦ୍ରର ପ୍ରଶାସନ ବିଭାଗର ଜଗନ୍ନାଥ କୁଅଁର ଆସନ୍ତା ଦଶବର୍ଷ ବେଳକୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଭବିଷ୍ୟତ ରୂପରେଖ ନେଇ ମନଛୁଆଁ ମତ ରଖିଥିଲେ।