Odiapua.com

ଆକବର ଦୋଷୀ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଜରୁରୀ:ସରୋଜା ପାଣ୍ଡେ

ଭୁବନେଶ୍ୱର;୧୫,ଅଗଷ୍ଟ:ଯଦି ଏମ ଜେ ଆକବର ଦୋଷୀ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ।ଏପରି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ ସରୋଜା ପାଣ୍ଡେ।କିନ୍ତୁ ଏହା ସହ ସେ କହିଛନ୍ତି ଆକବରଙ୍କର ପକ୍ଷ ମଧ୍ୟ ଶୁଣାଯିବା ଉଚିତ।ସରୋଜା କହିଛନ୍ତି “ମି ଠୁ” ଅଭିଯାନରେ ଯେଉଁ ମହିଳା ମାନେ ଏତେ ଦିନ ପରେ ସାମ୍ନାକୁ ଆସୁଛନ୍ତି,ସେମାନଙ୍କର ପୀଡ଼ା ବ୍ୟକ୍ତ କରୁଛନ୍ତି,ସେମାନଙ୍କୁ ସମ୍ମାନ ମିଳିବା ଉଚିତ।କେହି ବି ମହିଳା ଏମିତିରେ କାହା ବିରୋଧରେ ଏପରି ଅଭିଯୋଗ ଲଗାଇ ପାରିବ ନାହିଁ।ସରୋଜା ପାଣ୍ଡେ କହିଛନ୍ତି ଯେ,ମହିଳାଙ୍କ ସହିତ କେହି ଯଦି କିଛି ସେପରି ଖରାପ କରିଥାଏ,ତେବେ ତାହାକୁ ସେ ଜୀବନ ସାରା ଭୁଲି ପାରେ ନାହିଁ।ତେଣୁ ସେମାନଙ୍କର ଅଭିଯୋଗର ସମ୍ମାନ ହେବା ଉଚିତ।ସୂଚନାଯୋଗ୍ୟ ବିଦେଶ ରାଜ୍ୟ ମନ୍ତ୍ରୀ ଏମ ଜେ ଆକବରଙ୍କ ଉପରେ ୧୪ ଜଣ ମହିଳା ଅଭିଯୋଗ ଆଣି ସାରିଛନ୍ତି।/ଦେବଦତ୍ତ